ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ବେଣୁଧର ପାତ୍ର ଆଜି ଏକ ଭିଜିଲାନ୍ସ ଟ୍ରାପ କେଶ ନଂ ୩/୨୦୧୪ ମାମଲାର ବିଚାର କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭାଲୁବସା ଗ୍ରାମ ପଞ୍ଚାୟତର ଏକ୍ସଟେନସନ ଅଧିକାରୀ ତଥା ବେତନଟୀ ଥାନା କାଠପାଳ ଗ୍ରାମର ଧରମା ସିଂ(୫୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁର୍ନୀତି ନିରୋଧ ଆଇନ ସେକ୍ସନ ୭ରେ ୧ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଅନାଦେୟରେ ଅଧିକ ୩ ମାସ ଏବଂ ସେକ୍ସନ ୧୩ରେ ୨ ବର୍ଷ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଅନାଦେୟରେ ଅଧିକ ୩ ମାସ କାରଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ରାଇରଙ୍ଗପୁର ଗ୍ରାମାଙ୍ଚଳ ଥାନା ଅନ୍ତର୍ଗତ ବୁଢ଼ାମରା ଗ୍ରାମର ଘାସିରାମ ବେଶ୍ରା ୪.୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୁଢ଼ାମରା-ତାଣ୍ଡିସାହି କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ । ଉକ୍ତ କାର୍ଯ୍ୟ ସମ୍ପୂଣ୍ର୍ଣ୍ର ହେବା ପରେ ବିଲ ପାଶ କରାଇବା ନିମନ୍ତେ ପଞ୍ଚାୟତ ଏକ୍ସଟେନସନ ଅଧିକାରୀ ଧରମା ସିଂ ୨୦ ହଜାର ଟଙ୍କା ଲାଙ୍ଚ ମାଗିଥିଲେ ଏବଂ ମୂଲଚାଲ ହୋଇ ୧୭ ହଜାରରେ କଥା ଛିଣ୍ଡିଥିଲା । ଉକ୍ତ ଲାଞ୍ଚୁଆ ଅଧିକାରୀକୁ ଧରାଇ ଦେବା ନିମନ୍ତେ ଠିକାଦାର ଘାସିରାମ ଭିଜିଲାନ୍ସ ସହତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିବା ପରେ ୨୦୧୪ ମାର୍ଚ୍ଚ ୧୧ରେ ଧରମା ସିଂଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ୧୭ ହଜାର ଟଙ୍କା ଦେଇଥିଲା । ଏହି ସମୟରେ ଭିଜିଲାନ୍ସ ଟ୍ରାପରେ ରେଡ଼ ହେଣ୍ଡରେ ଧରାପଡ଼ି ଜେଲ ଯାଇଥିଲା । ଆଜି ଉକ୍ତ ମାମଲାରେ ଥିବା ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।
ଅଘଟଣ
ଲାଞ୍ଚୁଆ ପଞ୍ଚାୟତ ଏକ୍ସଟେନସନ ଅଧିକାରୀଙ୍କୁ ଜେଲ ଓ ଜୋରିମାନା
- Hits: 445