ହେଡଲାଇନସ୍:

ଜିଲ୍ଲାପାଳ ଠିଆ ହୋଇ ସ୍ମାରକପତ୍ର ନେଇଯାଇଥିଲେ କଣ ବସୁଧା ଓଲଟି ପଡିଥାନ୍ତା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳଙ୍କ ସୌଜନ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ବିଭିନ୍ନ ମହଲରେ ଉଦବେଗ

ଭୁବନେଶ୍ୱର/ଶାସକ ପ୍ରଶାସକ- ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ସୌଜନ୍ୟତାକୁ ନେଇ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଗତକାଲି ତଳସରାର ନବ ନିର୍ବାଚିତ ବିଧାୟକ ଭବାନୀ ଶଙ୍କର ଭୋଇ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ହେଲେ ଜଣେ ବିଧାୟକ ଛିଡା ହୋଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରୁଥିବା ବେଳେ ଜିଲ୍ଲାପାଳ ନିଜ ଚେୟାରରେ ବସିରହିବା ଘଟଣାକୁ ନେଇ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ସୁନ୍ଦରଗଡ଼ ସହରର ଜଣେ ଜଣାଶୁଣା ସଚେତନ ନାଗରିକ ସୁରେନ୍ଦ୍ର ସ୍ବର୍ଣ୍ଣକାର ନିଜ ଫେସବୁକ ପେଜରେ ଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏହା ଜିଲ୍ଲାପାଳଙ୍କ ସିଷ୍ଟାଚାର ଅଭାବର ଦୃଷ୍ଟାନ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ବର୍ଣ୍ଣକାର ଆହୁରି ଦର୍ଶାଇଛନ୍ତି ଯେ 1,67 ଲକ୍ଷ୍ୟ ଲୋକଙ୍କ ଦ୍ଵାରା ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ ଏଭଳି ଅସମ୍ମାନ କେବେ ଗ୍ରହଣୀୟ ନୁହେଁ। ସ୍ବର୍ଣ୍ଣକାରଙ୍କ ଏଭଳି ପୋଷ୍ଟ ପରେ ଅନେକ ଫେସବୁକ ୟୁଜର ଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି। ପ୍ରୋଟୋକଲ୍ ଯାହା ଥାଉ ନଥାଉ ସୌଜନ୍ୟତା ଦୃଷ୍ଟିରୁ ଜଣେ ବିଧାୟକ ଛିଡା ହୋଇ ସ୍ମାରକପତ୍ର ପ୍ରଦାନ କରୁଥିବା ବେଳେ ଜିଲ୍ଲାପାଳ ଛିଡା ହୋଇ ସ୍ମାରକପତ୍ର ଗ୍ରହଣ କରିବାର ଥିଲା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଜିଲ୍ଲାପାଳ ଠିଆ ହୋଇ ସ୍ମାରକପତ୍ର ନେଇଯାଇଥିଲେ କଣ ବସୁଧା ଓଲଟି ପଡିଥାନ୍ତା !!!!

0
0
0
s2sdefault