ଏଇଟା ବୋଧେ ପୋଲିସ ମହାନିର୍ଦ୍ଦେଶକ "ପିପଲସ ପୋଲିସ"
ଆଉ ଏମିତି ବୋଧେ "ଲୋକଙ୍କ ନିକଟତର ହେଉଛି ପୋଲିସ "
ଘୁ ଉଦୟଗିରି : ଯାହା ଲାଗୁଛି ପୋଲିସ ସାମ୍ବାଦିକମାନଙ୍କ ସହିତ ଟକରାଟକରି ହେବା ପାଇଁ ଏକ ପ୍ରକାର ମନସ୍ଥ କରି ସାରିଛି ଅବା ପୋଲିସ ମୁଖ୍ୟାଳୟରୁ ଏପରି କୌଣସି ଗୋପନ ନିର୍ଦ୍ଦେଶ ଆସିଛି | ନହେଲେ ଭୁବନେଶ୍ୱର ଠାରୁ ଆରମ୍ଭକରି ସବୁ ଆଡେ ପୋଲିସ ସାମ୍ବାଦିକଙ୍କୁ ଏମିତି ଦମ୍ଭର ସହିତ ଦୁର୍ବ୍ୟବହାର କରନ୍ତା ! ଆଉ ଅନେକ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଥାନା ପାଲଟିଛି "ପ୍ରୋହିବିଟେଡ ଏରିଆ" |
କାନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ପୁଲିସ ଥାନାରେ ଏପରି ଏକ ଏକ ଲଜ୍ୟା ଜଣକ ଘଟଣା ଘଟିଛି. | ଜଣେ ସାମ୍ବାଦିକ ସୋମବାର ସନ୍ଧ୍ୟାରେ ଖବର ସଂଗ୍ରହ କରିବାକୁ ଯାଇ ଥିବା ସମୟରେ ପ୍ରଥମେ କାର୍ଯ୍ୟରତ ହୋମଗାର୍ଡ ବାଇକ ଥାନା ପରିସରରୁ ବାହାରେ କରିବାକୁ ଧମକ ଦେବା ସହ ସେଂଟରୀ ପାଖରେ ମୋବଇଲ ରଖିବାକୁ ବାଧ୍ୟ କରି ଥିଲେ.| କାରଣ ପଚାରିବାରୁ ଅତ୍ୟନ୍ତ ଅଶୋଭନୀୟ ଢଙ୍ଗରେ ଅପଶବ୍ଦ ପ୍ରୟୋଗ କରିଥିଲେ | ହେଲେ ଥାନା ଏରିଆ କଣ ସେ ଥାନା ବାବୁ ମାନଙ୍କ ପୈତୃକ ଜାଗୀର ଯେ ଥାନା ଭିତରେ ସାମ୍ବାଦିକ ଅବା ସାଧାରଣ ଲୋକଙ୍କ ଗାଡି ପଶିପାରିବନି !! ଆଉ ଥାନା ଭିତରେ ବାବୁ ଏମିତି କାମ କାମ କରୁଛନ୍ତି କି ମୋବାଇଲ ଯିବାକୁ ଡରୁଛନ୍ତି !!! କେବଳ ସାମ୍ବାଦିକ ନୁହନ୍ତି, ସାଧାରଣ ଲୋକଙ୍କୁ ଏଭଳି ବ୍ୟବହାର ଯେ ସତେ ଯେମିତି ସାଧାରଣ ଲୋକ ଥାନା ବାବୁଙ୍କ ବିଲ ଚାଷ କରୁଥିବା ମଜୁରିଆ | କିଛି ଘଟଣା ଅଘଟଣ ଘଟିଲେ ବି ପୋଲିସ ର ଏପରି ଆଚରଣ ପାଇଁ ଲୋକମମେ ଥାନା ଭିତରକୁ ଯିବାକୁ ଡରୁଛନ୍ତି | ପୋଲିସର ଏପରି ଆଚରଣରୁ ଘୁ. ଉଦୟଗିରି ପୁଲିସର ଏହା ନିଜସ୍ୱ ନୀତି ନା ଜ଼ିଲ୍ଲା ପୁଲିସ ନା ସରକାରଙ୍କ ନୂତନ ଆଇନ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି.| ଯଦି ଏହା ସରକାରଙ୍କ ଆଇନ ତାହା ହେଲେ ସୂଚନା ଫଳକ ମାଧ୍ୟମରେ ଉଲ୍ଳେଖ କରି ଜନତାଙ୍କୁ ସଚେତନ କରିବା ଜରୁରୀ ବୋଲି ମତ ସାଧାରଣରେ ମତ ପ୍ରକାଶ ପାଇଛିବି | .ଅନ୍ୟ ପକ୍ଷରେ ପୁଲିସ ମହା ନିର୍ଦ୍ଦେଶକ ପୁଲିସ ସାଧାରଣ ଲୋକଙ୍କ ନିକଟତର ହେବାକୁ ଆହ୍ୱାନ ଦେଉ ଥିବା ବେଳେ ପୁଲିସର ଏହି ପରି ନାଲି ଆଖି ସାଧାରଣ ଜନତା ଏବଂ ପୁଲିସ ମଧ୍ୟରେ ଏକ ବିଶାଳ ପ୍ରାଚୀର ସୃଷ୍ଟି କରୁ ଥିବା ସାଧାରଣ ଜନତାଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି | ଏଇଟା ବୋଧେ ପୋଲିସ ମହାନିର୍ଦ୍ଦେଶକ "ପିପଲସ ପୋଲିସ" ଆଉ ଏମିତି ବୋଧେ "ଲୋକଙ୍କ ନିକଟତର ହେଉଛି ପୋଲିସ "