ମୋରଡ଼ା ଥାନା ଖୁଣ୍ଟାପାଳ ଗ୍ରାମ ଡବଲ ମର୍ଡର ଘଟଣାରେ ବଳି ପଡିଲେ ସେଣ୍ଟ୍ରି
ବାରିପଦା(ଶାସକ ପ୍ରଶାସକ)- ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ନିଜ ସ୍ତ୍ରୀ ମମତା ମହାନ୍ତ ଓ ଶାଶୁ ସୁନତୀ ମହାନ୍ତଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ହାତରେ ଏକ କୁରାଢ଼ୀ ଧରି ରଜ ସଂକ୍ରାନ୍ତି ପୂର୍ବରୁ ଅଭିଯୁକ୍ତ ଜ୍ବାଇଁ ଘୁରି ବୁଲୁଥିଲା। ତେଣୁ ଭୟରେ ଶାଶୁ ସୁନତୀ ତାର ଝିଅ ମମତାକୁ ଧରି ଗାଁରେ ଅନ୍ୟ ଲୋକଙ୍କ ଘରେ ଆତ୍ମଗୋପନ କରିବା ପରେ ଶେଷରେ ମୋରଡ଼ା ଥାନାରେ ଗତ ଜୁନ ୧୫ ଓ ୧୬ ଶାଶୁ ସୁନତୀ ମହାନ୍ତ ଜ୍ବାଇଁ ପୂର୍ଣ୍ଣଙ୍କ ନାମରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା ପ୍ରଦର୍ଶନ ପୂର୍ବକ ନୀରବ ରହିଯାଇଥିଲେ । ତେଣୁ ପୁଲିସର ଅବହେଳା ସହ ସଠିକପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ଅଭିଯୁକ୍ତ ପୂର୍ଣ୍ଣ ଆଜି ସକାଳ ପ୍ରାୟ ସାଢ଼େ ୬ତା ସମୟରେ ଶାଶୁ ସୁନତୀ ଓ ସ୍ତ୍ରୀ ମମତାଙ୍କୁ କୁରାଢ଼ୀରେ ହତ୍ୟା କରିଥିଲା । ଫଳରେ ଦୁଇଟି ମୂଲ୍ୟବାନ ଜୀବନ ଅକାଳରେ ଟଳି ପଡିଲା ବୋଲି ଗ୍ରାମବାସୀମାନେ ପୁଲିସ ବିରୋଧରେ ଅଭିଯୋଗ ଆଣି ଆଜି ପୋଲିସକୁ ଅଟକ ରଖି ମୃତା ଗରୀବ ମାଆ ସୁନତୀର ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ସହିତ ଶବକୁ ନିଜ ଦାୟିତ୍ବରେ ପୋଲିସ ଦାହ କରଇବା ସହ ମୃତା ସୁନତୀର ଅଭିଯୋଗକୁ ଉପେକ୍ଷା କରିଥିବା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ଏଠି ସହିତ ମୋରଡ଼ା ଥାନା ଚିକିଟାମାଟିଆ ପଂଚାୟତ ଖୁଣ୍ଟାପାଳ ଗ୍ରାମବାସୀମାନେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବସିଥିବା ପୁଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ଗାଡି ଭିତରେ ଅଭିଯୁକ୍ତ ପୂର୍ଣଚନ୍ଦ୍ରକୁ ପିଟା ମରା କରିବା ପରେ ଘଟଣାସ୍ଥଳକୁ ଯାଇଥିବା ମୋରଡ଼ା ଥାନା ଅଧିକାରୀ ଯୋଗେନ୍ଦ୍ର ମଲ୍ଲିକ ସହ ଘଟଣା ଥାନା ଷ୍ଟାଫ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ, ମାଜିଷ୍ଟ୍ରେଟ ଦାୟିତ୍ୱ ତଥା ମୋରଡ଼ା ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁକୁ ମଧ୍ୟ୍ୟ ଗ୍ରାମବାସୀମାନେ ଅଟକ ରଖିଥିଲେ ।
ଖବରପାଇ ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ ବିଜେପି ପୂର୍ବ ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଖୁଣ୍ଟାପାଳ ଗ୍ରାମରେ ପହଞ୍ଚି ଆନ୍ଦୋଳନକାରୀ ଗ୍ରାମବାସୀ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଏବଂ ମୋରଡ଼ା ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ ପ୍ରମୁଖଙ୍କ ସହ ଆଳିଚନା କରିବା ପରେ ସମାଧାନର ରାସ୍ତା ଫିଟିଥିଲା । ମାୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଅଦିସନାଲ ଏସପି ଶ୍ରୀନାୟକ ଜୁନ ୧୫ରେ ମୋରଡ଼ା ଥାନାର ସେଣ୍ଟ୍ରି ଦାୟିତ୍ୱରେ ଥିବା ଶଙ୍କର ଟୁଡୁଙ୍କୁ ଉତ୍ତରଦାୟୀ ଦର୍ଶାଇ ସସପେଣ୍ଡ କରାଗଲା ବୋଲି ଘୋଷଣା କରିବା ସହ ତଦନ୍ତ କରାଯିବ । ଏଥିରେ ନିଜ ଦାୟିତ୍ୱ ସମ୍ପାଦନ ଅବହେଳା କରିଥିବାର ପ୍ରମାଣ ମିଳିଲେ ଅନ୍ୟମାନଙ୍କୁ ମଧ୍ୟ ସସପେଣ୍ଡ କରାଯିବ ବୋଲି ସର୍ବସମ୍ମୁଖରେ ଘୋଷଣା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଗ୍ରାମବାସୀମାନଙ୍କ ଦ୍ୱାରା ଅଟକ ସମସ୍ତ ସରକାରୀ କର୍ମଚାରୀ ମୁକ୍ତ ହୋଇଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସେଣ୍ଟ୍ରି କିପରି ଦଣ୍ଡପାଇଲେ । ଶଙ୍କର ଟୁଡୁ କଣ ଶନିବାର ଓ ରବିବାର ଦୁଇଦିନ ଧରି ଥାନାରେ ସେଣ୍ଟ୍ରି ଥିଲେ । ପୁଣି ଥାନାରେ ଏହି ଦୁଇ ଦିନ ଧରି ଡିସିଓ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ଓ ଥାନା ଅଧିକାରୀ ଦୋଷ ମୁକ୍ତ ହେଲେ କିପରି । ନାଅଥବା ସେଣ୍ଟ୍ରି ତଳିଆ କର୍ମଚାରୀ ହୋଇଥିବାରୁ ମାର ଭଣ୍ଡାରିଆକୁ ମାର ନ୍ୟାୟରେ ବାଳି ପଡ଼ିଲେ ଏହି ସମସ୍ତ ବିଷୟକୁ ନେଇ ପ୍ରଶ୍ନ ଉଠିଛି ।