ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ବୁଧବାର ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ପୁଲିସ ଏକ ଶବକୁ ଉଦ୍ଧାର କରିବାପରେ ଶବଟି କୁଳିଅଣା ଥାନା ଅଧୀନରେ ଥିବା ଭାଲୁକି ଗ୍ରାମର ରତ୍ନାକର ବିନ୍ଧାଣୀଙ୍କ ପୁଅ ଶୁକଦେବ ବିନ୍ଧାଣୀ(୨୨) ବୋଲି ଚିହ୍ନଟ ହୋଇଥିଲା । ଏହାପରେ ପୁଲିସ ଥାନାରେ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶୁକଦେବ କିଛି ଦିନ ପୂର୍ବରୁ ନରୁଦ୍ଧିଷ୍ଟ ରହିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ବୁଧବାର ପୂର୍ବାହ୍ନରେ ପୁଲିସ ଶବ ଜବତ କରିବା ପରେ ପରିବାରର ସଦସ୍ୟମାନେ ସେ ମୃତ ବୋଲି ଜାଣିବାକୁ ପାଇଥିଲେ । ତେବେ ପରିପାର୍ଶ୍ଵିକ ଅବସ୍ଥା ସହ ଶବର ଶରୀରରେ ରହିଥିବା ଦାଗରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରି ଦୁଇଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚରା କରିବାପରେ ସେମାନେ ଶୁକଦେବକୁ ମାରିଥିବା ବିଷୟ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ । ଅଭିଯୁକ୍ତ ମାନେ ହେଲେ ବେତନଟୀ ଥାନା ଅନ୍ତର୍ଗତ ଦୁଭିଆ ଗ୍ରାମର ସିରୁ ହାଁସଦା (୩୫) ଓ ମଙ୍ଗଲ ବିନ୍ଧାଣୀ (୩୮) । ପୋଲିସ ସୂଚାନା ଅନୁଯାୟୀ ଶୁକଦେବ ବିନ୍ଧାଣୀର ପିଉସୀ ପୁଅ ଭାଇ ମଙ୍ଗଲ ବିନ୍ଧାଣୀ । ଶୁକଦେବ ପିଉସୀ ଘରକୁ ଘଟଣା ଘଟିବାର ଦୁଇଦିନ ପୂର୍ବରୁ ବୁଲିବାକୁ ଯାଇଥିବାବେଳେ ମଙ୍ଗଲର ସାନ ଭଉଣୀ ସହିତ ଖରାପ ବ୍ୟବହାର କରିଥିଲା । ତେବେ ଏହାକୁ ନେଇ ପ୍ରଥମେ ଶୁକଦେବକୁ ମଙ୍ଗଲର ପରିବାର ଲୋକ ପିଟାମାରା କରି ଛାଡିଦେଇଥିଲେ । ଶୁକଦେବ ନିଜ ଘରକୁ ଫେରୁଥିବା ସମୟରେ ଜ୍ୟୋତିପୁର ଜଙ୍ଗଲ ନକଟରେ ଅଭିଯୁକ୍ତ ମଙ୍ଗଲ ଓ ତାର ସାଙ୍ଗ ସିରୁ ଜଙ୍ଗଲ ଭିତରକୁ ନେଇ ଜୀବନରୁ ମାରିଦେଇ ଥିବାର ଅଭିଯୁକ୍ତମାନେ ପୁଲିସ ନିକଟରେ ସ୍ଵୀକାର କରିଥିଲେ । ଏହା ପରେ ପୋଲିସ ପକ୍ଷରୁ ଥାନାରେ ପ୍ରଥମେ ରୁଜୁ କରିଥିବା ଅପମୃତ୍ୟୁ ମାମଲା ହତ୍ୟାରେ ମାମଲାକୁ ପରିବର୍ତ୍ତନ କରି ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଅଛି ।
ଅଘଟଣ
ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ
- Hits: 470