ହେଡଲାଇନସ୍:

କିଏ ସେ ଅମାନବୀ : ଜିଅନ୍ତା ନିଷ୍ପାପ ଶିଶୁଟାକୁ ଜଙ୍ଗଲରେ ଫିଙ୍ଗିଦେଲା !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଙ୍ଗଲରୁ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ନିମନ୍ତେ ପିଆରଏମ୍ ସରକାରୀ ମେଡିକାଲରେ ଭର୍ତ୍ତି

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୁରେଇଡ଼ିହି ନାହାଶୋଳ ଜଙ୍ଗଲରୁ ଆଜି ଏକ କ୍ଷତବିକ୍ଷତ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯିବା ପରେ ଚିକିତ୍ସା ନିମନ୍ତେ ବାରିପଦା ପି ଆର୍ ଏମ୍ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଲେଖା ଯିବା ପର୍ଯ୍ୟନ୍ତ ହସ୍ପିଟାଲରେ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଓ ବିପଦ ମୁକ୍ତ ରହିଥିବାର ଚିକିତ୍ସା କରୁଥିବା  ଡାକ୍ତରଙ୍କ ସୂତ୍ରରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜୁନ ୧୫ ଶନିବାର ସକାଳ ସମୟରେ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ବେଳେ ଜଙ୍ଗଲ ମଧ୍ୟରେ ଏକ ଶିଶୁର କ୍ରନ୍ଦନ ଶୁଣିବାକୁ ପଶିଥିଲେ । ନିକଟକୁ ଯିବାପରେ ଏକ ୨/୩ ଦିନ ପୂର୍ବରୁ ଜନ୍ମ ନେଇଥିବା ଏକ ଶିଶୁ ପୁତ୍ର ମାଟି ଉପରେ ପଡି ରହିଛି ଏବଂ ଜନ୍ଦା, ପିମ୍ପୁଡି ତାର ଶରୀରର ବିଭିନ୍ନ ଅଂଶକୁ କାମୁଡି କ୍ଷତ ସୃଷ୍ଟି କରିଥିବାର ଦେଖିବାକୁ ପାଇଥିଲେ । ଉକ୍ତ ଶିଶୁକୁ ଜଙ୍ଗଲରୁ ଉଦ୍ଧାର କରି ନାହାଶୋଳ ଗ୍ରାମକୁ ଆଣି ଭଂଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଆଦିବାସୀ ଯୁବନେତା ସମାଜସେବୀ ରାକେଶ ସିଂଙ୍କୁ ଖବର ଦେଇଥିଲେ । ଶ୍ରୀସିଂ ଶିଶୁ ପୁତ୍ରକୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ନିମନ୍ତେ ବାରିପଦା ପିଆରଏମ୍ ସରକାରୀ ମେଡିକାଲରେ ଭର୍ତ୍ତି କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ବେତନଟୀ ଥାନା ଅଧିକାରୀ ପର୍ଶୁରାମ ସାହୁଙ୍କୁ ସୂଚନା ଦେଇଥିଲେ । ତେବେ ଏହି ଶିଶୁ ପୁତ୍ରର ପିତାମାତା କିଏ, କେଉଁ ଅବସ୍ଥାରେ କିପରି ଏବଂ କିଏ ଜଙ୍ଗଲ ଭିତରେ ଫିଙ୍ଗି ଦେଇଯାଇଥିଲା ତାର କୌଣସି ସୂଚନା ମିଳିପାରିନାହିଁ ।

0
0
0
s2sdefault