ହେଡଲାଇନସ୍:

ଅଧରାତ୍ରୀରେ ହେଲା ରାସ୍ତା ଅବରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନିୟମିତ ବିଦ୍ୟୁତ ଯୋଗାଣ : ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରନ୍ସଫର୍ମର ସ୍ଥାପନ ଦାବୀ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)ଓଡଗାଁ ଏନଏସି ଅଂଚଳର କେତେକ ସାହିକୁ ନିୟମିତ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଅଂଚଳରେ ଅସୋନ୍ତୋଷ ବୃଦ୍ଧି ପାଇଥିଲା । ଫଳ ସ୍ୱରୁପ ଓଡଗାଁର ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଏବଂ ସାହି ଲୋକେ ନୟାଗଡ-ଭଞ୍ଜନଗର ରାଜ୍ୟ ମୁଖ୍ୟ ସଡକ ପଥକୁ ରାତି ପ୍ରାୟ ୧ଟା ବେଳେ ଅବରୋଧ କରିଥିଲେ । ରାସ୍ଥାର ଉଭୟ ପାର୍ଶ୍ୱରେ ୧୦ଟି ଯାତ୍ରିବାହୀ ବସ ଅଟକି ରହିଥିଲା । ଉତେଜନା ପ୍ରକାଶ ପାଇବାରୁ ଓଡଗାଁ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଘଟଣା ସ୍ଥଳରେ ପହଁଚି ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିବା ସହିତ ଯାତାୟତ ସ୍ୱଭାବିକ ହୋଇଥିଲା । ଏ ସବୁ ଘଟଣା ପଛର କାରଣ ହେଲା ଓଡଗାଁ ଅଫିସର୍ସ କ୍ଲବ ନିକଟରେ ବସିଥିବା ବିଦ୍ୟୁତ ଟ୍ରାନ୍ସଫର୍ମରର ମଙ୍ଗଳବାର ଦିନ ରାତିରେ  ପୋଡିଯାଇଥିଲା । ବିଦ୍ୟୁତ ବିଭାଗ ତରଫରୁ ୧ଶହ କେଭିର ନୂଆ ଟ୍ରାନ୍ସଫର୍ମର ବୁଧବାର ଦିନ ସକାଳେ  ସ୍ଥାପନ କରାଯାଇଥିଲା । ତେବେ ସନ୍ଧ୍ୟା ବେଳକୁ ସେହି ଟ୍ରାନ୍ସଫର୍ମରଟି ପୋଡିଯିବାରୁ ବିଦ୍ୟୁତ ଯୋଗାଣ ବିଛିନ୍ନ ହୋଇଥିଲା । ଫଳରେ ସ୍ଥାନୀୟ ଅଂଚଳବାସୀ ଉତେଜିତ ହୋଇ ଏହାର ଆଶୁ ସମାଧାନ ପାଇଁ ଅଡିବସିଥିଲେ । ସ୍ଥାନୀୟ କନିଷ୍ଠ  ଯନ୍ତ୍ରୀ ଅନ୍ୟ ଏକ ଟ୍ରାନ୍ସଫର୍ମର ଜରିଆରେ ବିଛିନ୍ନ ଅଂଚଳକୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ତା କରୁଥିବା ବେଳେ ସେହି ଟ୍ରାନ୍ସଫରର୍ମରର ଉପଭୋକ୍ତାମାନେ ବିରୋଧ କରିଥିଲେ । ଆମର ଜଦି ନାହିଁ ତମର ବିନାହିଁ କହି  ଉତେଜିତ ଲୋକମାନେ ସେ ଲାଇନକୁ ବି କାଟିଦେଲେ ।  ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା  ପ୍ରକାଶ ପାଇଥିଲା । ନିୟମିତ ବିଦ୍ୟୁତ ଯୋଗାଣ ପାଇଁ ଗୁରବାର ସନ୍ଧ୍ୟା ସୁଧା ୫ଶହ କେଭିର ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫରର୍ମର ସ୍ଥାପନ ନିମନ୍ତେ ଦାବୀ ଜଣାଇ ରାଜରାସ୍ଥା  ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଆଇଆଇସି ପହଁଚିବା ପରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଦାବୀ ପୁରଣ କରାଯିବ  ବୋଲି ପ୍ରତିଶୃତି ଦେବା ପରେ ଅବରୋଧ ହଟିଥିଲା ।
0
0
0
s2sdefault