ସଂଘ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ , ନଚେତ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ
ବାରିପଦା(ଦିଲ୍ଲୀପ ମହାନ୍ତି): ଗତ ଜୁନ ୪ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ କପ୍ତିପଦା ଥାନା ଅନ୍ତର୍ଗତ ବାଲେଶ୍ୱର ଗୋଲେଇସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନସ କୁମାର ଜେନା ଓ ରତିକାନ୍ତ ପ୍ରଧାନ ମରାମତି କରୁଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଜୟନାରାୟଣ ପରିଡା ସେମାନଙ୍କ ନିକଟରେ ଉପସ୍ଥିତ ରହିଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର କୁନୁ ମୁର୍ମୁ ଓ ଚତୁର୍ଭୁଜ ନାୟକ ପ୍ରମୁଖଙ୍କ ସମେତ ପ୍ରାୟ ୨୦ରୁ ଅଧିକ ଲୋକ ଆସି ତାଙ୍କ ଗ୍ରାମରେ କଣ ପାଇଁ ଲାଇନ ନାହିଁ ବୋଲି କହି ପ୍ରଥମେ ମାନସ ଜେନା ଓ ରତିକାନ୍ତ ପ୍ରଧାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଉକ୍ତ ଷ୍ଟ୍ରକଚରରୁ ଯାଇଥିବା ସମସ୍ତ ବିଦ୍ୟୁତ ସଂଯୋଗ ବ୍ୟବସ୍ଥାକୁ ବିଚ୍ଛିନ୍ନ କରାଇଦେଇଥିଲେ । ସେମାନଙ୍କର ଏହି ପ୍ରକାରର ବେଆଇନ କାର୍ଯ୍ୟକୁ ନେଇ ବିଦ୍ୟୁତ କର୍ମଚାରୀ ଜୟନାରାୟଣ ପରିଡା ବିରୋଧ କରିବାରୁ କୁନୁ, ଚତୁର୍ଭୂଜ ପ୍ରମୁଖ ମିଳିତ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ନିକଟରେ ଥିବା ଅଫିସର ରସିଦ ବହିକୁ ଚିରି ଫିଙ୍ଗି ଦେଇଥିଲେ । ଉକ୍ତ ଘଟଣାକୁ ନେଇ ବିଦ୍ୟୁତ କର୍ମଚାରୀ ଜୟନାରାୟଣ ପରିଡ଼ାଙ୍କ ପକ୍ଷରୁ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କ୍ରମେ ଥାନାରେ(କେସ ନଂ- ୬୯/ମରଣାନ୍ତକ ମାରଣନ୍ତକ ଆକ୍ରମଣକୁ ବିଦ୍ୟୁତ ବିଭାଗ କର୍ମଚାରୀ ସଙ୍ଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ଦାବି କରାଯାଇଛି । ନଚେତ୍ ନିଜ ଜୀବନକୁ ବାଜି ଲଗାଇ ଦିନରାତି, ଖରାବର୍ଷା, ଶୀତକାକରରେ ଭୋକ ଉପବାସରେ ରହି ଜନତାଙ୍କୁ ସେବା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ ସମ୍ପାଦନ କରିଆସୁଥିବା ବିଦ୍ୟୁତ କର୍ମଚାରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସଙ୍ଘ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ଉହ୍ଲାଇବା ନିମନ୍ତେ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।