ନୂଆପଡା.(ଅମିତ ପୁରୋହିତ )କିଛିଦିନ ତଳେ ଥିଲା ବାଘର ଆତଙ୍କ । ୪ ବର୍ଷ ର ଶିଶୁ କୁ ମା କୋଳରୁ ଟାଣି ନେଇଥିଲା ବାଘ । ସନ୍ଧ୍ୟା ହେଲେ ହଳଦି ଗ୍ରାମରେ ପଡି ଯାଉଥିଲା ତାଟି କବାଟ ଲୋକେ ବାଘ ଭୟରେ ଘରୁ ବାହାରକୁ ବାହାରୁ ନ ଥିଲେ । ଜଙ୍ଗଲ ବିଭାଗ ତରଫରୁ ବାଘକୁ କାବୁ କରିବା ପରେ ଗାଁ ଲୋକେ ତିକେ ଶାନ୍ତିରେ ନିଶ୍ୱାସ ନେଇଥିଲେ । କିନ୍ତୁ ସେଇ ଶାନ୍ତି ବେଶୀ ଦିନ ରହି ନ ଥିଲା । ଆଜି ଭାଲୁର ଆତଙ୍କରେ ଗାଁ ଲୋକେ ପୁଣି ଆତଙ୍କିତ । ସଦର ବ୍ଲକ ଅନ୍ତର୍ଗତ ହଳଦି ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ସୂଚନାନୁସାରେ ଆଜି ସକାଳେ ହଳଦି ଗାଁ ର ଛବିଲାଲ ପାଣ୍ଡେ (୫୦) ଓ ତାଙ୍କ ସ୍ତ୍ରୀ ଭାଗାବାଇ ପାଣ୍ଡେଙ୍କୁ ଭାଲୁ ଆକ୍ରମଣ କରିଥିଲା । ସ୍ୱାମୀ ସ୍ତ୍ରୀ ଦୁହେଁ ନିଜ ଘର ପଛପଟ ବାଡିରେ କାମ କରୁଥିଲା ବେଳେ ଏକ ଭାଲୁ ଦୁହିଁ ଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇ ଅଚେତ ହୋଇ ପଡିଥିଲେ । ପାଟି ଶୁଣି ପାଖପଡୋଶୀ ଭାଲୁକୁ ହୁରୁଡେଇ ଦୁହିଁଙ୍କୁ ଉଦ୍ଧାର କରି ଜିଲ୍ଲା ମୁୁଖ୍ୟ ଚିକିସôାଳୟ କୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଜଙ୍ଗଲ ଉଛେଦ ଏବଂ କ୍ରସର ମାଲିକ ମାନଙ୍କର ପଥର ବ୍ଲାଷ୍ଟିଂ ଯୋଗୁଁ ଜଙ୍ଗଲି ଜୀବଜନ୍ତୁ ଖାଦ୍ୟ ଓ ପାଣି ପାଇଁ ଗ୍ରାମ ଅଭିମୁଖ ହେଉଛନ୍ତି ।ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।
ଅଘଟଣ
ନିଜ ବାଡ଼ି ପଟେ କାମ କରୁଥିଲେ , ସ୍ୱାମୀ ଓ ସ୍ତ୍ରୀଙ୍କୁ ରାମ୍ପିଦେଲା ଭାଲୁ
- Hits: 832