ହେଡଲାଇନସ୍:

ବେଆଇନ ମଦ ଦୋକାନ ଉପରେ ପ୍ରଶାସନର ମିଳିତ ଚଢ଼ାଉ : ଦୁଇ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ / ଝାରବନ୍ଧ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ  କୁମି ଗ୍ରାମ ନିକଟରେ ଝାରବନ୍ଧରୁ ଲାଉଡି ଦରହା ମୁଖ୍ୟ ରାସ୍ତା କଡରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କର ନିର୍ଦେଶରେ ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା,  ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା , ପଦ୍ମପୁର ଅବକାରୀ ଅଧିକାରୀ ଲଳିତ ମୋହନ ମିଶ୍ର , ପ୍ରମୁଖ ଏକ ଦୋକାନ ଉପରେ ଚଢ଼ାଉ କରି ଉକ୍ତ ଦୋକାନରେ ବିକ୍ରି ହେଉଥିବା ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ ।

       ଘଟଣା ଓ କୁମିର ଗ୍ରାମବାସୀଙ୍କର ବୟାନରୁ ପ୍ରକାଶ ଯେ ଝାରବନ୍ଧ ଲାଉଡି ଦରହା ମୁଖ୍ୟ ରାସ୍ତା କୁମିର ଛକ ନିକଟରେ ଗତ କିଛି ମାସ ହେବ ସେହି ଗ୍ରାମର ଦୟା ସାହୁ ଓ ଜଳନ୍ଧର ସାହୁ ଓ ଅନ୍ୟ କିଛି ବ୍ୟକ୍ତି ଗ୍ରାମବାସୀମାନଙ୍କର ବାରଣ ସତ୍ୱେ ଏଜ ଜଙ୍ଗଲ ଜମି କୁ ଅକ୍ତିଆର କରି କିରନା ଦୋକାନ ବାହାନାରେ ବେଆଇନ ମଦ ବ୍ୟବସାୟ କରୁଥିଲେ । ଯାହାଫଳରେ ସେହି ରାସ୍ତାରେ ପାଠ ପଢିବାକୁ ଯାଉଥିବା ଛୁଆ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ସହିତ ଏହି ରାସ୍ତାଟି ଝାରବନ୍ଧକୁ ପଡୋଶୀ ରାଜ୍ୟର ବସନା କୁ ସଂଯୋଗ କରୁଥିବା କାରଣରୁ ଏହି ଦୋକାନ ଟି ମାତାଲ ଡ୍ରାଇଭର ମାନଙ୍କର ପାଇଁ ଭୂସ୍ବର୍ଗ ସଦୃଶ୍ୟ ଥିଲା । ଏହି ଦୋକାନରୁ ମଦ ପିଇ ଗାଡି ଚଳାଇ ମାତାଲ ଡ୍ରାଇଭର ମାନେ ଦୁର୍ଘଟଣା ଘଟାଉ ଥିଲେ ଗତକାଲି ଚଣ୍ଡୀ ଭଟା ଠାରେ ଦୁର୍ଘଟଣା ଘଟିଥିବା ଟ୍ରକର ଡ୍ରାଇଭର ମଧ୍ୟ ଏହି ଦୋକାନରେ ପ୍ରବଳ ମଦ୍ୟପାନ କରିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଆଜି ଗ୍ରାମ ବାସୀ ମାନେ ସକାଳୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏହି ଦୋକାନ ବାବଦରେ ଜାଣିବା ସହିତ ତୁରନ୍ତ ପଦକ୍ଷେପ ନେବାପାଇଁ ନିବେଦନ କରିଥିଲେ। ଏହା ସହିତ ଉକ୍ତ ଦୋକାନ ରେ ଜମା ହେଇଥିବ ଖାଲି ମଦ ବୋତଲ ଗୁଡିକୁ ରାସ୍ତା ଉପରେ ଜମା କରିଥିଲେ । ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଞ୍ଚି ଲୋକ ମାନଙ୍କର ସହିତ ଆଲୋଚନା କରି 2 ଜଣଙ୍କୁ ଗିରଫ କରାଯିବା ସହିତ ସଚେତନତା ଓ ସହଯୋଗ ପାଇଁ ଗ୍ରାମ ବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଗ୍ରାମବାସୀଙ୍କ ଅନୁରୋଧ ଓ ଦାବି କ୍ରମେ ଏହି ବେଆଇନ ମଦ ଦୋକାନକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ସ୍ଥାନୀୟ ତହସିଲଦାର ନିର୍ଦ୍ଦେଶ ଦେଇଥିବା ଯୋଗୁ ଗ୍ରାମବାସୀ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି |

0
0
0
s2sdefault