ଓଡ଼ଗାଁ, : ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିମଡା ଗ୍ରାମରେ ୨ପରିବାର ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ମହେନ୍ଦ୍ର କୁମାର ପାତ୍ରଙ୍କ ଅଭିଯୋଗ କ୍ରମେ ଓଡ଼ଗାଁ ପୋଲିସ ୮୯/୧୯ରେ ମାମଲା ରୁଜୁକରି ଆଜି ସକାଳୁ ସେହିଗାଁର ଅଭିଯୁକ୍ତ ମନୋଜ ଭଟ୍ଟ(୩୫), ଜିତେନ୍ଦ୍ର ଭଟ୍ଟ(୪୦)୨ଭାଇଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୟ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।