ସୁନ୍ଦରଗଡ଼/ହୋରାଚାନ୍ଦ ଦେହୁରୀଆ :-ଟାଉନ ଥାନା ସମ୍ବୁଖରେ ଥିବା ବହୁବର୍ଷ ଧରି ମହାପାତ୍ର ଗ୍ରୋସୋରି ଦୋକାନରେ ଅରୁଣ ମିସ୍ତ୍ରୀ( ୩୦) ବୋଲି ପତ୍ରପଡାର୍ ଜଣେବ୍ୟକ୍ତି ପ୍ରାୟତଃ ୭ବର୍ଷରୁ ଉର୍ଦ୍ଧ ହେବ କାମ କରିଆସୁଥିଲେ | ହେଲେ ଗତକାଲି ବିଳମ୍ବିତ ରାତିରେ ,ବଡ଼ ପତ୍ରାପାଲି ପୋଲିସ ଫାୟରିଂ ସେଣ୍ଟର ପାଖରେ ଗୋଟି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଆଜି ସକାଳୁ ଲୋକେ ଦେଖିବା ପାଇଁ ପାଇଥିଲେ ଓ ସୁନ୍ଦରଗଡ଼ ଟାଉନ ଥାନା କୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତାହା ସୂଈସାଇଡ ନା କେହି ମାରିକି ଗଛରେ ଝୁଲାଇ ଆତ୍ମହତ୍ୟା ରୂପ ଦେଇଛନ୍ତି !! ହେଲେ ଗ୍ରୋସୋରି ସପ ମାଲିକଙ୍କୁ ପଚାରିବା ପରେ ସେ କହିଛନ୍ତି ସେ ଭଲ ପିଲା ଥିଲା ତାର ସେମିତି କିଛି ପ୍ରକୃତି ନ ଥିଲା ବୋଲି ଦୋକାନ ମାଲିକ ସ୍ପଷ୍ଟ କରିଛନ୍ତି | କିନ୍ତୁ ସେ ଆହୁରି କହିଛନ୍ତି ଗତକାଲି ୫ଟାରେ ତାଙ୍କ ଘରୁ ୫୦୦ଟଙ୍କା ମାଗିକି ନେଇଥିବା ମଧ୍ୟ କହିଛନ୍ତି | ସେପଟେ ଶୁଣିବାକୁ ମିଳୁଛି ଯେ ନିଜ କାମର ପାଉଣା ଟଙ୍କାରେ ସନ୍ତୁଷ୍ଟ ନ ଥିଲା | ଘରେ ତା ବୁଢ଼ୀ ମା ଓ ଆଇ ଅଛନ୍ତି | ହେଲେ ଗୁଜୁରାଣ ପାଇଁ ବୋଧେ ଟଙ୍କା ପଇସା ଅଭାବ ଦେଖାଦେଇଥିବାରୁ ଏହିପରି କାଣ୍ଡ କରିଥିବା ସାଧାରଣ ଲୋକଙ୍କ ମଧ୍ୟରେ ଶୁଣିବାକୁ ମିଳୁଛି | ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ଘଟଣା ଉପରେ ପରଦା ଉଠିବ ବୋଲି ବରିଷ୍ଠ ନାଗରିକ ମଞ୍ଚ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି |