ହେଡଲାଇନସ୍:

ପୋଲିସ ଆଖିରେ ଆଙ୍ଗୁଠି ପୁରେଇ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି କଣ୍ଟା କାରବାର !

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

!!  ମାଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ  ନେଇ ଚର୍ଚ୍ଚା ଜୋର !!   

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାରେ ସହର ଓ ଆଖ ପାଖ ଅଞ୍ଚଳରେ ଏକ ସଂଗଠିତ କଣ୍ଟା କାରବାର ଚାଲିଥିବାର୍ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୋଲିସ କୁଆଡ଼େ ଏଥିପ୍ରତି ଧ୍ୟାନ ନଦେବା ଘଟଣା ବୁଦ୍ଧିଜୀବୀ ମହଲରେ ବିସ୍ମୟ ପାଲଟିଛି | ଅଭିଯୋଗରୁ ପ୍ରକାଶ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ଦରଲିପାଲି(ଏନଟିପିସି )ମେଗା ପାୱାର ପ୍ଲାନ କାମ ଜୋର ସୋରରେ ଚାଲିଛି |  ସେଇଥି ପାଇଁ ଦେଶର ବିଭିନ୍ନ ଆଇରନ ପ୍ଲାଣ୍ଟ ଠାରୁ ଟନ ଟନ ମାତ୍ରାରେ ଲୁହା ରଡ଼  ଆସୁଛି | ହେଲେ ସ୍କ୍ରାପ ମାଫିଆମାନେ ଏହାର ସୁଯୋଗ ନେଇ ଟ୍ରଲର, ଟ୍ରକ ମାନଙ୍କରେ ଦିବାଲୋକରେ ହଉ ଅବା ସନ୍ଧ୍ୟା ସମୟରେ ମାଇନ୍ସ ଏରିଆରୁ ଚୋରିକରୀ ବିଭିନ୍ନ ମାଫିଆଙ୍କ ଡ଼ିପୋ ଯେମିତି ସର୍ଗିପାଳି, ଉଜଳପୁର ଏମିତି ମାଫିଆଙ୍କ ବହୁ ଡ଼ିପୋ ମାନକୁ ଲକ୍ଷାଧିକ ଟଙ୍କାର ରଡ଼ ଆଣି କଟିଙ୍ଗ କରି ବାହାରକୁ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଛି  ହେଲେ ଏଥିରେ ପୋଲିସର୍ ଜାଣତରେ ହେଉ ଅବା ଅଜାଣତରେ ଏଥିରେ ଧ୍ୟାନ ଦେଉନାହିଁ !! ତେଣୁ କଣ୍ଟା  କାରବାର କରୁଥିବା ମାଫିଆମାନେ ନିଜର ଜଙ୍ଗଲିରାଜ ଚଳାଇ ବର୍ଷ ବର୍ଷଧରି  କୋଟି କୋଟି ଟଙ୍କାର ଲୁହାରଡ଼ କାରବାର ଚଳାଇଛନ୍ତି | ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରେ୨୮ କୋଟି ଟଙ୍କାର ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଛି | ହେଲେ ସ୍ପଷ୍ଟ ଦିବାଲୋକରେ ୮ଟ୍ରିପ ପାଇପ ଟ୍ରଲରରେ ଚୋରି ହୋଇଯାଇଛି | ଯାହାର ଆକଳନ ମୁଲ୍ୟ ପାଖା ପାଖି୨କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଶୁଣିବାକୁ ମିଳୁଛି |  ହେଲେ ଏଠି ପ୍ରଶ୍ନଉଠେ ଯେ ସ୍ପଷ୍ଟ ଦିବାଲୋକରେ ୮ ଟ୍ରିପ ଟ୍ରଲର ରେ ସହରରୁ ଚୋରିହେବା ଛୋଟକଥା ନୁହେଁ | ହେଲେ ପ୍ରକାଶ ଥାଉ ସୁନ୍ଦରଗଡ଼ ଏନଟିପିସି ମେଡ଼ିକାଲ କଲେଜ ପାଖାପାଖି ୨୦୦କୋଟି ଟଙ୍କା ଆକଳନ ମୁଲ୍ୟରେ ତିଆରି ହେଉଛି | ହେଲେ ପ୍ଲାଣ୍ଟରେ ଲେବରମାନଙ୍କୁ କମ୍ପାନୀ ହେଉବା କମ୍ପାନୀ ଭେଣ୍ଡର ଠିକାଦାର କାମ କରୁଥିବା ଟଙ୍କା ମାସମାସ ଧରି ମିଳୁନାହିଁ ବୋଲି ଲେବର ମାନେ କଣ୍ଟା ବ୍ୟବସାୟୀମାନକୁ ରଡ଼ ଓ ଡିଜେଲ ବିକ୍ରି କରୁଥିବା ମଧ୍ୟ ସହରରେ ଆଲୋଚନାର୍ ବିଷୟ ପାଲଟିଛି | ହେଲେ ଏଥିପ୍ରତି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି ବିଭିନ୍ନ ସଚେତନତା ଗୋଷ୍ଠୀ, ବରିଷ୍ଠ ନାଗରିକ ମଞ୍ଚ ଓ ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି |

0
0
0
s2sdefault