ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେଲମୁଣ୍ଡା-ଗୁଦେରପାଲି ରାସ୍ତା କଡରୁ ଆଜି ମେଲଛାମୁଣ୍ଡା ପୁଲିସ ଏକ ଅଜଣା ବୃଦ୍ଧାର ଶବ ଉଦ୍ଧାର କରିଛି । ଶବଟିର କେହି ଦାବୀ ଦାର ନ ବାହାରିବାରୁ ସ୍ଥାନୀୟ ଯୁବକ ସଂଘର ସହାୟତାରେ ପଦ୍ମପୁର ଡାକ୍ତରଖାନାକୁ ନେଇ ବ୍ୟବଛେଦ କରିବା ସହ ଶବ ବ୍ୟବଛେଦ ଗୃହରେ ଆଗାମୀ ୭୨ଘଂଟା ପାଇଁ ରଖାଯାଇଛି । ଏ ନେଇ ଥାନା ୟୁଡି କେସ ନଂ ୨/୧୯ରେ ମାମଲା ରୁଜୁ କରି ଏସଆଇ ପ୍ରମୋଦ କୁମାର ସାହୁ ତଦନ୍ତ କରୁଛନ୍ତି । ପୁଲିସ ସୂତ୍ରରୁ ପା୍ପ୍ତ ସୂଚନାନୂସାରେ ବେଲମୁଣ୍ଡା ଦେଇ ଗୁଦେରପାଲିକୁ ଯାଉଥିବା ରାସ୍ତା କଡରେ ଏକ ବୃଦ୍ଧାର ଶବ ପଡିଥିବାର ସୋମବାର ୧୦ଟାରେ ଖବର ପାଇ ଘଟଣା ସ୍ଥଳକୁ ଯାଇ ଶବଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ବୃଦ୍ଧା ଜଣକର କୌଣସି ପରିଚୟ କିମ୍ବା କୌଣସି ଦାବିଦାର ବାହାରି ନ ଥିଲେ । ଯଦ୍ୱାରା ପୁଲିସ ଶବଟିକୁ ବ୍ୟବଛେଦ କଲା ପରେ ଶବ ଗୃହରେ ଗଛିତ ରଖି ସମସ୍ତ ଥାନା ଅଂଚଳକୁ ଖବର ଲଗାଇଛି । କାଳେ ବୃଦ୍ଧାର ପରିଚୟ ପାଇ ତାଙ୍କର ଉତରାଧିକାରୀ ପଂହଚିବେ ବୋଳି । ନଚେତ ଆଗାମୀ ୭୨ଘଂଟା ପରେ ଶବଟିକୁ ପୋତି ଦିଆଯିବ ବୋଲି ପୁଲିସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ପ୍ରାରମ୍ଭିକ ତଦନ୍ତରୁ ବୃଦ୍ଧା ଜଣକର ପ୍ରାୟ ୭୦ବର୍ଷର ହୋଇଥିବା ବେଳେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।