ହେଡଲାଇନସ୍:

ଓଭର ଟେକିଂ ହେଲା କାଳ, ଦୁର୍ବୃତ୍ତ ନେଲେ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କରାମଡ଼ିହୀ ପଂଚାୟତ ଅନ୍ତଗତ ଗୀତ ପଡାର୍ ଗୋପାଳ କୁମାର ଗତ ବିଳମ୍ବିତ ରାତିରେ ବାଇକରେ ସବଡେଗା ଆଡୁ ବାଇକ ଯୋଗେ ଘରକୁ ଫେରିଥିଲେ | ଠିକ ଏହି ସମୟରେ କିଛି ସବଡେଗା ଏରିଆର କିଛି  ଦୁର୍ବୃତ୍ତ ମଧ୍ୟ ବାଇକ ଯୋଗେ କରମଡ଼ିହି  ଆଡକୁ ଆସୁଥିଲେ | ହେଲେ ବାଇକ ଓଭର ଟେକ କରି ଗୋପାଳ ଆଗକୁ ବଢ଼ିଥିଲେ|  କିନ୍ତୁ ଦୁର୍ବୃତ୍ତ ଙ୍କ ଦେହରେ ତାହା ଯାଇନଥିଲା ଓ ସେମାନେ ମଧ୍ୟ  କୁମାରକୁ ବାଇକ ଯୋଗେ ଦୌଡେଇ ଥିଲେ ଓ କରମଡ଼ିହି ପାଖରେ ଗୋପାଳକୁ ଅଟକାଇ ଥିଲେ | ଓଭର ଟେକକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ବଚସା ହୋଇଥିଲା |  ତାପରେ ସବଡେଗା ଏରିଆର୍ ଦୁର୍ବୃତ୍ତ ମାନେ ନିଜ ସଙ୍ଗସାଥୀଙ୍କୁ ଫୋନ ଯୋଗେ ଡାକି କୁମାରକୁ ନିସ୍ତୁକ ମାଡ଼ ମାରିଥିଲେ ଓ ଘାୟଲ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ | ତାପରେ କେହିଜଣେ ସହୃଦୟ ବ୍ୟକ୍ତି କୁମାରଙ୍କ ଘରକୁ ଖବର ଦେଇଥିଲେ|  ତାଙ୍କୁ ଘରଲୋକେ ଘରକୁ ନେଇ ପାଣି ପିଇବା ପାଇଁ ଦେଇଥିଲେ ଓ ପାଣି ପିଇବା ପରେ ତାଙ୍କୁ ହସ୍ପିଟାଲ ଆଣିଥିଲେ ହେଲେ ସେ ମୃତ୍ୟୁବରଣ କରିଥିଲେ ବୋଲି ସଦର ପୋଲିସ ଜଣାଇଛନ୍ତି | ହେଲେ ,ସଦର ପୋଲିସ ୪ ଜଣକୁ ଅଟକ ରଖିଥିବା ବେଳେ  ଆଉ  ୩ ରୁ ୪ ଜଣଙ୍କୁ ଏଯାଏଁ ଧରି ପାରିନି | କିନ୍ତୁ ଯୋଉ ଚାରିଜଣଙ୍କୁ ଧରିଛି ସେ ସମ୍ପର୍କରେ ବି  ଅଫିସିୟାଲ କାଗଜ ପତ୍ର ହୋଇନି ବୋଲି ସଦର ଥାନା ଅଧିକାରୀ କହିଛନ୍ତି | 

0
0
0
s2sdefault