ବଲାଙ୍ଗିରରୁ ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର : ପୂରୀ ରୁ ରାଇଗଡା ପାଇଁ ଆସୁଥିବା ଟ୍ରେନ (ତପସ୍ଵିନୀ ଏକ୍ସପ୍ରେସ) ଯାହା ୯ଘଣ୍ଟା ୨୩ ମିନିଟ୍ ରେ ଭୂବନେଶ୍ବରରେ ପହଂଚିଥାଏ, ଗତକାଲି ୬ ଘଣ୍ଟା ୧୫ ମିନିଟ୍ ବିଲମ୍ବରେ ଆସିଥିଲା | ଫଳରେ ଅନେକ ଯାତ୍ରୀ ବହୁହଇରାଣ ହୋଇଛନ୍ତି। ଏହି ଟ୍ରେନର କେତୋଟି ନିର୍ଦିଷ୍ଟ ବଗି ସମ୍ବଲପୁର ଠାରେ ରାଇଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ରେ ଯାଡାଯାଇଥାଏ। ନା ଅଛି ଯାତ୍ରୀ ପ୍ରତୀକ୍ଷାଲୟ, ସ୍ଥାନୀୟ କର୍ମଚାରୀକୁ ପଚାରିବାରୁ ଫନୀରେ ଉଡିଯାଇଥବା ଦର୍ଶାଇ ଥିଲେ। ରାସ୍ତା ମଝିରେ ଥୁଆହେଇଥାଏ ଡଷ୍ଟବିନ। ଠିକ ଆସିଥିଲା ୪ଘଣ୍ଟା ୩୦ ମିନିଟ୍ ରେ ଟ୍ରେନ, ଯାତ୍ରୀ ଟ୍ରେନ୍ ରେ ଚଢି ଭାବିଥିଲେ ବିଲମ୍ବ ହେଲେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଯିବେ। ହେଲେ ସମ୍ବଲପୁର ପହଞ୍ଚିବା ବେଳକୁ ଟ୍ରେନ୍ ଟି ଆଗକୁ ଯିବ ନାହିଁ ବୋଲି ଜଣା ପଡ଼ିଥିଲା | ଏହା ଜାଣିବା ପରେ ଯାତ୍ରୀ ଷ୍ଟେସନମାଷ୍ଟରଙ୍କ କକ୍ଷକୁ ଯାଇ ଅଭିଯୋଗ କରିଥିଲେ । ରାଇଗଡା ଇନ୍ଟରସିଟି ଯାଇସାରିଲାଣି | ପ୍ରଥମେ ତମ ନିଜ ଭୁଲ ଟିକେଟ୍ କାହିଁକି କେନ୍ସେଲ କଲନାହିଁ ବୋଲି ଷ୍ଟେସନ ମାଷ୍ଟର ନିଜ ଭୁଲକୁ ଏଡ଼ାଇ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିଲେ। ହେଲେ ସହ ସହ ଯାତ୍ରୀ ହୋହାଲ୍ଲା କରିବାରୁ। ନିଜ ଟିକେଟ ଦେଖାଇ ପଇସା ଫେରାଇ ନେବାକୁ କହିଥିଲେ | ହେଲେ ପୂର୍ବରୁ କାହିଁକି ତାହା ଘୋଷଣା କଲେନାହିଁ ବୋଲି ପଚାରିବାରୁ କଛି କହିପାରି ନଥିଲେ ଓ ପରେ ପରେ ଯାତ୍ରୀ ଯେଉଁ ଟ୍ରେନରେ ଗଲେ ଆଉଟିକେଟ କାଟିବାର ଆବଶ୍ୟକତା ନାହିଁ ବୋଲି କହିଥଲେ | କେତେକ ଟିକେଟରେ ନିଜ ଦସ୍ତଖତ ଓ ସିଲ ଦେଇ ଥଲେ | ଅନଲାଇନରେ କରିଥିବା ଟିକେଟରେ ଦସ୍ତଖତ ଆବଶ୍ୟକ ନାହିଁ ବୋଲି କହିଥିଲେ। ଏହାପରେ ଯାତ୍ରୀ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ଟ୍ରେନ କୁ ଅପେକ୍ଷା କରିଥିଲେ। ଏଠାରେ ଭୂଲ କାହାର ଜନତାର ନାଁ ରେଲୱେ ପ୍ରଶାସନ ର।