ହେଡଲାଇନସ୍:

ସାମାନ୍ୟ କଳିକୁ କେନ୍ଦ୍ର କରି ଛୁରା ମାଡ: ମା ଓ ପୁଅ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ କୁମାର ପୁରୋହିତ); ସ୍ଥାନୀୟ  ଗୈାଡପଡାରେ ସମାନ୍ୟ କଳିକୁ କେନ୍ଦ୍ର କରି ମା ଓ ପୁଅ ଙ୍କ ଉପରକୁ ଛୁରା ମାଡ ହୋଇଥିବା ଅଭିଯୋଗ ହୋଇଛି  । ଆହତ ମା ପୁଅ ହେଲେ ଲକ୍ଷ୍ମୀ ପରୁଆ (୫୦) ଓ ତାଙ୍କ ପୁଅ ଗୈାତମ ପରୁଆ (୩୨) । ସୂଚନାମତେ ଗତ ରାତ୍ରି ପ୍ରାୟ ୧୦ ଟା ସମୟରେ ଗୈାତମ ଏବଂ ପଡାର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଉକ୍ତ ବ୍ୟକ୍ତି ଜଣକ ଛୁରା ରେ ଗୈାତମକୁ ଆକ୍ରମଣ କରିଥିଲା | ଏଥିରେ ଗୈାତମଙ୍କ ପିଠି ଓ ଅଂଟାରେ ଗଭିର କ୍ଷତ ହୋଇଛି । ପୁଅ ଉପରେ ଛୁରା ମାଡ ହେଉଥିବା ଦେଖି ମା ଦୈାଡି ଆସି ଛଡାଇବାକୁ ଚେଷ୍ଟା କଲାବେଳେ ଅଭିଯୁକ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏଥିରେ ଲକ୍ଷ୍ମୀଙ୍କ ବାମ ହାତର ଭେନ୍ କଟିଯାଇଛି । ଉଭୟ ମା ପୁଅ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଉଭୟଙ୍କୁ ପୋଲିସ ଚିକିତ୍ସା  ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇ ଦେଇଥିଲା । ଉଭୟଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି କୁ ତୁରନ୍ତ ଗିରଫ କରି କାର୍ଯାନୁଷ୍ଠାନ ନେବାକୁ ମା ପୁଅ ଦାବି କରିଛନ୍ତି । ଏନେଇ ଏସ୍.ଆଇ ଜିତୁ ମାହାନନ୍ଦ ଅଭିଯୋଗ କୁ ଭିର୍ତ୍ତି କରି ତଦନ୍ତ ଚାଲିବ ବୋଲି କହିଛନ୍ତି । 

 

0
0
0
s2sdefault