ହେଡଲାଇନସ୍:

କାଳବୈଶାଖୀ ର ତାଣ୍ଡବ :ବ୍ୟାପକ କ୍ଷୟକ୍ଷତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲରୁ ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ତବ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି I ରାତି ପ୍ରାୟ ସାଢ଼େ ୯ଟାରେ ଯୋରରେ ପବନ ବହିବା ସହ ଘଡଘଡି ସହ ବର୍ଷା ହୋଇଥିଲା I ଫଳରେ ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା I ଅନ୍ୟ ପକ୍ଷେ ରେଢ଼ାଖୋଲ ବ୍ଲକର କଦଳୀଗଡ଼ ,କୁକୁଡାବାହାଳୀ ଓବଡବାହାଳ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି I ଏପରିକି କୁକୁଡାବାହାଳୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାକ୍ଟର ସହ ଏକ ପାଣି ଟାଙ୍କର ରହିଥିଲା I ହେଲେ ଯୋର ପବନ ଯୋଗୁ ଏକ ଗଛ ଉପୁଡିବା ରୁ ଟ୍ରାକ୍ଟର ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି I ସେହି ପରି ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଥିବାରୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି I ବଡବାହାଳ ପଞ୍ଚାୟତ ଅଧୀନ ଲଇଣ୍ଡାମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏକ ଗଛ ପଡିବାରୁ ସ୍କୁଲ କୋଠରି ଭାଙ୍ଗିଯାଇଛି I କୁକୁଡାବାହାଳୀ ପଞ୍ଚାୟତର ଝିଙ୍କିଦାଦର,ନୂଆଁପଡା,କରଡାପାଲ ,ବଡ କଷିବାହାଳ,କୁକୁଡାବାହାଳୀ,କଦଳୀଗଡ଼ ପଞ୍ଚାୟତର ଘୁଙ୍ଗିନାଳୀ ବଡବାହାଳ ପଞ୍ଚାୟତର ଲଇଣ୍ଡାମାଳ,ବଡକୁଡା ଆଦି ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଜଣାପଡିଛି I କାଳବୈଶାଖୀ ରେ ଚାଳଛପର ଘର ଉଡି ଯାଇଥିବା ବେଳେ ବହୁ ପରିବାର ଗଛ ତଳେ ଆଶ୍ରୟ ନେଇଛନ୍ତି I ଏପରିକି ବନ ବିଭାଗ ର ପ୍ଲାଣ୍ଟେଶନ କ୍ଷତି ଗ୍ରସ୍ତ ହେଇଛି I ଖବର ପାଇ ଏଡିଏମ ଅଜୟ ଜେନା ,ଉପଜିଲ୍ଲାପାଳ ବିଶିକେସନ ଦେହୁରୀ,ତହସିଲଦାର ରୁବି ବେହେରା,ଡିଏଫଓ ସଂଗ୍ରାମ କେଶରୀ  ବେହେରା ,ବିଡିଓ ପରକ୍ଷିତ ସାହୁ ,ଏବିଡିଓ ସହଦେବ ନନ୍ଦ,ଜିପିଓ ପଞ୍ଚାନନ ବେହେରା ,ରେଢ଼ାଖୋଲ ରେଞ୍ଜ ଅଧିକାରୀ ପ୍ରଦିପ ପ୍ରଧାନ ,ବଡବାହାଳ ରେଞ୍ଜ ଅଧିକାରୀ ଦିଲ୍ଲିପ ଧଳ,କଦଳୀଗଡ଼ ରାଜସ୍ୱ ନିରୀକ୍ଷକଙ୍କ ସହ ପ୍ରଶାସନିକ ଅଧିକାରୀ ଆଜି କ୍ଷତିଗ୍ରସ୍ଥ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି I ଅନ୍ୟ ପକ୍ଷେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି 

 

0
0
0
s2sdefault