ନୂଆପଡା /ପ୍ରିୟବ୍ରତ ପଣ୍ଡା : ଶିକ୍ଷକ ମାନଙ୍କ ଜୀବନ ସହ ଖେଳ ନୁହେ କି ଏ ମାରାତ୍ମକ ଗରମରେ ପ୍ରଶିକ୍ଷଣ । ପ୍ରଶିକ୍ଷଣର ବିରୋଧ ନୁହେ ବରଂ ଯେଉଁ ପରିବେଶରେ ପ୍ରଶିକ୍ଷଣ ଦିଆଯାଉଛି ତାହାର ଭିତ୍ତିଭୂମି ର ଅଭାବ ରହିଛି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଟ ନାହି ଏବଂ ତାପମାତ୍ରା ୪୫ଡିଗ୍ରୀ ଉପରେ । ହେଲେ ଏଇ ନିକଟ ରେ ୧୧ ଘ ପରେ ଶ୍ରମିକ ମାନଙ୍କ କାମ କରିବା ଉପରେ କଟକଣା ଲାଗିଥିଲା କିନ୍ତୁ ଶିକ୍ଷକ ମାନଙ୍କ ଜୀବନ ସହ ବାଜି ଖେଳୁଥିବା ଶିକ୍ଷା ବିଭାଗ ର ନିଦ ଭାଙ୍ଗିନି ।, ଅସହ୍ୟ ଗରମ ଭିତରେ ଶିକ୍ଷକ ମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ ସ୍ଥାନ ରାଜା ଏ ଟି ହାଇସ୍କୁଲ ଖଡିଆଲ । ଖାତିର ନାହିଁ ଘାତକ ଅଂଶୁଘାତର , ହେଲେ ଶିକ୍ଷକ ମାନଙ୍କ ଜୀବନ ବିପଦରେ | ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଲା ଜଣେ ଶିକ୍ଷୟିତ୍ରୀ ରଶ୍ମି ଦାସ ବେହୋଶ ହୋଇ ଟଳି ପଡିଥିଲେ | ତୁରନ୍ତ ଚିକିତ୍ସା ର ବ୍ୟବସ୍ଥା କରି ଥିବାରୁ ବର୍ତମାନ ସୁସ୍ଥ ଥିବା ଖବର ମିଳିଛି । ପ୍ରଶ୍ନ ଏହା ନୁହେଁ ଯେ ଭାଗ୍ୟ କୁ ସେ ବଞ୍ଛି ଗଲେ | କଣ ଶିକ୍ଷାବିଭାଗ ଆହୁରି ବି କିଛି ଶିକ୍ଷକଙ୍କୁ ଏମିତି ବିପଦ କୁ ଠେଲି ଦେବାକୁ ଚାହେଁ । ହୁଏ ତ ସେମାନେ ରଶ୍ମିଙ୍କ ପରି ଭାଗ୍ୟବାନ ନ ହୋଇ ପାରନ୍ତି ।