ହେଡଲାଇନସ୍:

ବନ ବିଭାଗର ଉଦାସୀନତା : ଲଗାମଛଡ଼ା ଶିକାରୀ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଟା ମୁଣ୍ଡ ସହିତ ୧୦୦ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ‘

 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶରେ ବାହାଡାଝୋଲା ବନପାଳ ସରିତା ବରାଡଙ୍କ ନେତୃତ୍ୱରେ ବନରକ୍ଷୀ ଧରଣୀଧର ନାୟକ, ଶୁଭେନ୍ଦୁ ପ୍ରସାଦ ନାୟକ ଓ ଆଂଟିଡିପ୍ରେଡେସନ୍ ସ୍କାର୍ଡ ଆଜି ସକାଳ ୮ବେଳେ ଶୁଳିଆ ସଂରକ୍ଷିତ ଜଙ୍ଗଲରେ ଚଢାଉ କରିଥିଲେ । ବନ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ଶୁଳିଆ ସରକ୍ଷିତ ଜଙ୍ଗଲରୁ କଟାମୁଣ୍ଡ ସହିତ ୧୦୦ କେଜିରୁ ଉର୍ଦ୍ଧ ସମ୍ବର ମାଂସ ଜବତ ଜବତ ହେବା ସହିତ ଜଣକୁ ଶିକାରୀକୁ ଗିରଫ କରିଥିଲେ ।  ଅଭିଯୁକ୍ତ ଜଣକ ଓଡଗାଁ ଥାନା ଆମ୍ବପଡା ଗ୍ରାମର ବସନ୍ତ ନାୟକ(୨୫) । ଏବଂ ଘଟଣା ସ୍ଥଳରୁ ୧ଟି ଭୁଜାଲି, ୧ଟି ଟାଙ୍ଗିଆ, ୨ଟି ସାଇକେଲ, ଓ ଗୋଟିଏ ହେଡଲାଇଟ୍  ମଧ୍ୟ ଜବତ କରାଯାଇଛି । ଏନେଇ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଓଡଗାଁ ବନବିଭାଗ ୮/୨୦୧୯-୨୦ରେ ଏକ ମାମଲା ରୁଜୁ କରିଛନ୍ତି । ବୁଧବାର ଦିନ ଗିରଫ ଅଭିଯୁକ୍ତକୁ କୋର୍ଟ ·ଲାଣ କରାଯିବ । ଶୁଳିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସାଧାରଣତଃ ତୃଣଭୋଜି ପ୍ରାଣୀମାନେ ରହୁଥିବା ବେଳେ ଏହି ନିରିହ ପ୍ରାଣୀମାନଙ୍କୁ ବହୁ ବର୍ଷ ଧରି ଶିକାରୀ ମାନେ ଶୀକାର କରି ଚାଲିଛନ୍ତି । ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ହେଉଥିଲେ ସୁଧା ଶିକାରୀ ମାନେ ଖବର ପାଇ ବହୁ ସମୟ ଖସି ଯାଇଥାନ୍ତି ।  ତେବେ ବନକର୍ମଚାରୀ ଆଜି ଖବର ପାଇ  ଶିକାରୀମାନେ ଏକ ସମ୍ବର ଶିକାର କରି ମାଂସକୁ କାଟି ଅନ୍ୟତ୍ର ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦଳଗତ ଚଢାଉ କରିବା ସମୟରେ ମୁଖ୍ୟ ଶିକାରୀ ବନ୍ତଳାର ପୂର୍ଣ୍ଣଚନ୍ଦ୍ର ସାହୁ(୪୦), ଆମ୍ବପଡାର ଭରତ ସେଠୀ(୪୫) ଓ ପାଣ୍ଡବ ସେଠୀ(୪୦) ଘଟଣା ସ୍ଥଳରୁ ଖସି ଯାଇଥିବା ବେଳେ କର୍ମଚାରୀମାନେ ବସନ୍ତକୁ ଧରିବାରେ ସଫଳ ହୋଇଥିଲେ । ଜିଲା୍ଲ ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତେ ଏବଂ ସହକାରୀ ବନକଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଗିରଫ ଅଭିଯୁକ୍ତକୁ ପଚରା ଉଚରା କରିଥିଲେ । ବ୍ୟବଛେଦରୁ ମୃତ ସମ୍ବରଟି ୫ବର୍ଷ ବୟଷର ଅଣ୍ଢିରା ସମ୍ବର ବୋଲି ଜଣା ପଡିଥିବାଲା ।  ବ୍ୟବଛେଦ ପରେ ବନପାଳଙ୍କ କାର୍ଯ୍ୟାଳୟ ମୃତ ସମ୍ବରଟିକୁ ପୋତିଦିଆ ଯାଇଥିଲା । ଏଠାରେ ସୂଚନା ଯୋଗ୍ୟଯେ ଶୁଳିଆ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଗ୍ରାମ ଗୁଡିକରେ ଚୋରା ବନ୍ଧୁକର ବହୁଳ ବ୍ୟବହାର ହେଉଥିବା ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ ତାକୁ ଧରିବା ପାଇଁ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉ ନଥିବାରୁ ଉକ୍ତ ଅଂଚଳରେ ବଣ୍ୟପ୍ରାଣୀ ଶିକାର କ୍ରମଶଃ ବଢବାରେ ଲାଗିଛି ।  

 

 

0
0
0
s2sdefault