ହେଡଲାଇନସ୍:

ସିନ୍ଦୁର ପୋଛିବାକୁ ଦେଇଥିଲେ ସୁପାରୀ ! 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅପମୃତ୍ୟୁ  ମାମଲା ହତ୍ୟାକୁ ପରିବର୍ତ୍ତିତ :ଅଭିଯୁକ୍ତ ସ୍ତ୍ରୀ ସହ ସୁପାରୀ କିଲର ଗିରଫ, ସହଯୋଗୀ  ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପୌରପରିଷଦର ପାଲବଣି(ଛାଞ୍ଚ) ଅଞ୍ଚଳରେ ଗତ ୨୭/୦୪/୨୦୧୯ ରାତିରେ ଏକ ହତ୍ୟା କାଣ୍ଡ ଘଟିଥିଲା । ୨୮ରେ ମୃତକଙ୍କ  ସ୍ତ୍ରୀର ବୟାନ ଆଧାରରେ ବାରିପଦା ଟାଉନ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡ଼ିକାଲ କଲେଜକୁ ପଠାଇବା ସଂଗେସଂଗେ ଥାନାରେ ୫୩/୨୦୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିଲା । ଏହାପରେ ଉକ୍ତ ଦିନ ରାତି ପ୍ରାୟ ସାଢେ଼ ୮ଟା ସମୟରେ ମୃତକର ବାପା ହରିଶ୍ଚନ୍ଦ୍ର ପଣ୍ଡା ପକ୍ଷରୁ ତାଙ୍କ ପୁଅର ମୃତ୍ୟୁ  ଦୁର୍ଘଟଣା ଜନିତ ନୁହେଁ, ବରଂ ସ୍ତ୍ରୀ ବନ୍ଦନା ତାର ସ୍ୱାମୀକୁ ହତ୍ୟା କରିଥିବା ବିଷୟକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ସମୟରେ ଶବର ବ୍ୟବଚ୍ଛେଦ ରିପୋର୍ଟ ସହ ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ଫଳରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ ଚନ୍ଦନାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ହଟିଯାଇଥିଲା । 

           ବନ୍ଦନା ନିଜ ଦୋଷ ସ୍ଵୀକାର  କରିବା ସମୟରେ ପୁଲିସକୁ ଦେଇଥିବା ବୟାନ ଅନୁସାରେ ଆଦିତ୍ୟ ପଣ୍ଡାଙ୍କ ସହ ବଙ୍ଗାଳୀ ସମ୍ପ୍ରଦାୟର ଯୁବତୀ ଚନ୍ଦନାର ପ୍ରେମ ସମ୍ପର୍କ ସ୍ଥାପନ ହେବା ପରେ ୨୦୧୧ରେ ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ସମ୍ପନ୍ନ ହୋଇଥିଲା । ଉଭୟଙ୍କ ଔରଷରୁ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । କିନ୍ତୁ, ଆଦିତ୍ୟ ବନ୍ଦନାକୁ କୌଣସି ସୁଖ ଶାନ୍ତି ଦେଇପାରୁନଥିବା ସମୟରେ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲା । ଅଧିକନ୍ତୁ ଚନ୍ଦନାର ଏକ ସୁନା ହାରକୁ ଆଦିତ୍ୟ ବଳପୂର୍ବକ ନେଇ ବ୍ୟାଙ୍କରେ ବନ୍ଧକ ରଖିଥିଲା । ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏହି ସମୟରେ ଆଦିତ୍ୟର ଶଳା ପପୁନ ଓରଫ ହୃଷିକେଶ ପଣ୍ଡାଙ୍କ ସହ ବନ୍ଦନାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ଏକଦା ସ୍ତ୍ରୀ ବନ୍ଦନା ସହ ଶଳା ପପୁନଙ୍କ ମଧ୍ୟରେ ଅନୈତିକ ସମ୍ପର୍କକୁ  ଆଦିତ୍ୟ ଦେଖିବାକୁ ପାଇବା ପରେ ଚନ୍ଦନାକୁ ଗାଳିମନ୍ଦ କରିବା ସହ ଶାରିରୀକ ନିର୍ଯ୍ୟାତନା ଦେଇଥିଲା । ତେଣୁ ସ୍ତ୍ରୀ ବନ୍ଦନା ପ୍ରତିଶୋଧ ପରାୟଣ ହୋଇ  ସ୍ୱାମୀ ଆଦିତ୍ୟକୁ ଜୀବନରୁ ମାରି ଦେବା ନିମନ୍ତେ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟ ମୁର୍ଷିଦାବାଦ ଅଞ୍ଚଳରୁ ମିସ୍ତ୍ରୀ କାମ କରିବାକୁ ଆସିଥିବା ମାସୋନ ଲାଲଟୁ ଶେଖଙ୍କ ସହ ପରାମର୍ଶ କରିଥିଲା । ଏହାପରେ  ଲାଲଟୁ ୨ ଲକ୍ଷ ଟଙ୍କାରେ ସୁପାରୀ ନେଇ ମୁର୍ଷିଦାବାଦ ଅଞ୍ଚଳର ସୁପାରୀ କିଲର ଜାମିର ସେଇଖଙ୍କୁ ଦେଇଥିଲା । ଜାମିର ମଧ୍ୟ ବାରିପଦା ଆସି ଛାଞ୍ଚ ଅଞ୍ଚଳରେ ବୁଲାବୁଲି କରିବା ସହିତ ଆଦିତ୍ୟର ଘର ଆଦି ଦେଖିବା ପରେ ହତ୍ୟାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଗତ ଏପ୍ରିଲ ୨୭ ରାତିରେ ଆଦିତ୍ୟର ଶୋଇବା କୋଠରୀରେ ଛପି ରହିଥିଲା ଏବଂ ରାତି ପ୍ରାୟ ଦେଢ଼ଟା ସମୟରେ ଆଦିତ୍ୟ ଶୋଇଯାଇଥିବା ଅବସ୍ଥାରେ ତାର ମୁହଁରେ ତକିଆ ଜାକି ମାରି ଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବନ୍ଦନା ମଧ୍ୟ ଆଦିତ୍ୟର ପାଦ ଦୁଇଟିକୁ ଭିଡ଼ି ଧରିଥିଲା । ଏହାପରେ ଆଦିତ୍ୟ ଶରୀରରେ ପକାଇଥିବା ପଇତାରେ ବେକକୁ  ଭିଡ଼ି ମାରି ଦେଇଥିଲେ ।  ଏହି ସମୟରେ ଆଦିତ୍ୟର ଗଁ ଗଁ ଚିକ୍ରାର ଶୁଣି ତାର ବାପା ହରିଶ୍ଚନ୍ଦ୍ରର ନିନ୍ଦ ଭାଙ୍ଗିବାରୁ ସେ କୋଠରୀର ଆସି କବାଟ ବାଡେ଼ଇଥିଲେ । ଏହି ସମୟରେ ସୁପାରୀ କିଲର ଜମିର ଘରର ପଛ ଦରଜା ଦେଇ ପଳାଇ ଯିବା ପରେ ଚନ୍ଦନା କବାଟ ଖୋଲିଥିଲା । ଆଦିତ୍ୟର ମୁହଁ, ନାକ ଓ ବେକରୁ ରକ୍ତ ବାହାରିଥିବାର ବାପା ହରିଶ୍ଚନ୍ଦ୍ର ଦେଖିବାକୁ ପାଇଥିଲେ । ଆଜି ବାରିପଦା ଟାଉନ ଥାନା ପୁଲିସ ଉକ୍ତ ହତ୍ୟା ମାମଲାରେ ସୁପାରୀ ଦେଇଥିବା ସ୍ତ୍ରୀ ବନ୍ଦନା ସହିତ ସୁପାରୀ କିଲର ଜାମିରକୁ ଗିରଫ କରିବା ସହ ସୁପାରୀ ନିମନ୍ତେ ଜମିର ନେଇଥିବା ଅଗ୍ରୀମ ୩୦ ହଜାର ଟଙ୍କାକୁ ମଧ୍ୟ ଜବତ କରିଥିଲା । ଏହି ଘଟଣାକୁ ନେଇ ବାରିପଦା ସଦର ଏସଡ଼ିପିଓ କେ ପି ପଟ୍ଟନାୟକ ଥାନାରଏ ଏକ ସମ୍ବାଦିକ ସମ୍ମିଳନୀ ଡ଼କାଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ସମୟରେ ଟାଉନ ଥାନା ଆଇଆଇସି ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault