ସ୍ତ୍ରୀ ଅଭିଯୋଗକୁ ମିଥ୍ୟା କହିବାସହ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା
ବାରିପଦା- ବାରିପଦା ସହରର ପାଲବଣୀ ଗୋଲେଇ ନିକଟସ୍ଥ ଛଞ୍ଚ ଠାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କୁନେଇ ସନ୍ଦେହ ପ୍ରକାଶ ପାଇଅଛି । ମୃତବ୍ୟକ୍ତି ଜଣକ ହେଲେ ଉକ୍ତ ଅଞ୍ଚଳର ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପୁଅ ଆଦିତ୍ୟ ପଣ୍ଡା । ସିଏ ପେଷାରେ ଜଣେ ବ୍ୟବସାୟୀ ଏବଂ ବ୍ୟାଙ୍କ ଏଜେଣ୍ଟ ହିସାବରେ ମଧ୍ୟ କାମ କରନ୍ତି । ଗତକାଲି ରାତ୍ରୀ ରେ ଆଦିତ୍ୟ ଖାଇସାରି ଘରେ ଶୋଇଥିବା ସମୟରେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପାଖରେ ତାଙ୍କ ରୁମରେ ତାଙ୍କର ସ୍ତ୍ରୀ ଚନ୍ଦନା ପଣ୍ଡା ଏବଂ ତାଙ୍କର ଏକ ଛଅ ବର୍ଷର ପୁଅ ବାସୁଦେବ ଥିଲେ । ଆଦିତ୍ୟଙ୍କର ମୃତ ଶରୀରର ପାଟିପଟୁ ଓ ନାକପଟୁ ରକ୍ତ ବାହାରୁଥିଲା । ତେବେ ଏହି ମୃତ୍ୟୁକୁ ନେଇ ଆଦିତ୍ୟ ଙ୍କ ପରିବାର ବର୍ଗଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ଚନ୍ଦନା ଙ୍କୁ ଦୋଷ ଦେଇଛନ୍ତି । ସ୍ତ୍ରୀ ଚନ୍ଦନା ସ୍ୱାମୀ କୁ ତଣ୍ଟିଚିପି ମାରିଥିବାର ପରିବାର ବର୍ଗ ଅଭିଯୋଗ କରିଛନ୍ତି । ମୃତ ଆଦିତ୍ୟ ଙ୍କ ବାପା ହରିଶ୍ଚନ୍ଦ୍ରଙ୍କ କହିବା ଅନୁଯାୟୀ ଗତକାଲି ରାତ୍ରୀରେ ସମସ୍ତେ ଶୋଇଥିବା ସମୟରେ ହଠାତ ରାତ୍ରୀରେ କିଛି ଶବ୍ଦ ଶୁଣିବାକୁ ପାଇ ମୁଁ ଆରପାରି ଘରୁ ଉଠି ଆସି କବାଟ ବାଡେଇବାରୁ କେହି କବାଟ ଖୋଲିନଥିଲେ । ତାପରେ ପାଖ ସାହି ପଡିଶାରୁ ଡାକପକାଇବାରୁ ପଡିଶା ଲୋକେ ଆସିବାରୁ ତାର ସ୍ତ୍ରୀ କବାଟ ଖୋଲିଲା । ମାତ୍ର ସେତେବେଳକୁ ତାର ମୃତ୍ୟୁ ଘଟିଯାଇଥିଲା । ଅନ୍ୟପଟେ ଆଦିତ୍ୟ ଙ୍କ ସ୍ତ୍ରୀ ଏହି ପ୍ରକାର ଅଭିଯୋଗକୁ ମିଥ୍ୟା ବୋଲି କହିବାସହ ତାଙ୍କ ଶ୍ୱଶୁର ଘର ଲୋକେ ଆମ ଦୁହିଁଙ୍କର ପ୍ରେମ ବିବାହ ହୋଇଥବାରୁ ଶ୍ୱଶୁର ଘରଲୋକ ମାନଙ୍କ ସହିତ ଭଲ ସଂପର୍କ ନଥିବାରୁ ମୋ ନାମରେ ମିଥ୍ୟା ଅଭିଯୋଗ କରିଛନ୍ତି । ସ୍ତ୍ରୀ ଅଭିଯୋଗକୁ ମିଥ୍ୟା ବୋଲି କହିବାସହ ଶବ ବ୍ୟବଛେଦ ରିପୋର୍ଟକୁ ଆସିଲେ ସତ୍ୟାସତ୍ୟ ଜଣାପଡିବବୋଲି କହିଛନ୍ତି । ତେବେ ଏବ ବିଷୟରେ ବାରିପଦା ଟାଉନ ଥାନାରେ କେସ ନମ୍ବର ୫୬ / ୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଅଛିା