ହେଡଲାଇନସ୍:

 ଇନ୍ଦ୍ରାବତୀ ର ଦକ୍ଷିଣ ମୁଖ୍ୟ କେନାଲରେ ଘାଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ଼/ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଦେଇ ଯାଇଥିବା ଇନ୍ଦ୍ରାବତୀ ର ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ପଣ୍ଡିଗାଁ ଗ୍ରାମରେ କୃତିମ ବନ୍ୟା ସୃଷ୍ଟି ହୋଇଛି । ଗ୍ରାମର ଶହ ଶହ ଏକର ଜମି ପାଣି ଘେରରେ ଥିବା ଯୋଗୁଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ SDO ଗୋବର୍ଦ୍ଧନ ନାଏକ , SDO 1 ପ୍ରଣୟ ପ୍ରଧାନ , SDO 2 ନେଲସନ ତାଡ଼ିଙ୍ଗି , SDO 3 ଅକ୍ଷୟ କୁମାର ଭୋଇ ତାଙ୍କ ଟିମ ସହିତ ପହଂଚି ସ୍ଥିତିର ଅନୁଧ୍ୟାନ କରୀଛନ୍ତି । ଏହା ସହ ସ୍ଥାନୀୟ ଲୋକଙ୍କୁ ନେଇ କେନାଲକୁ ମରାମତି କରିବା ସହ ପାଣି ଅଟକାଇବାକୁ ଚେଷ୍ଟା କରୁଛନ୍ତି ।  ଗାଁ ରେ ପାଣି ଲହଡି ଭାଙ୍ଗୁଥିବା ବେଳେ, ଏହାକୁ ନେଇ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।

0
0
0
s2sdefault