ମେଲଛାମୁଣ୍ଡା, (ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୁଢିମାଲ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ପଟେଲଙ୍କ ଗତ ବୁଧବାର ରାତ୍ରରେ ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ବାତାବରଣ ଖେଲିଯାଇଥିଲା । ମୃତ୍ୟୁ ବେଲକୁ ତାଙ୍କୁ ୫୬ବର୍ଷ ହେଉଥିଲା । କିଛି ମାସ ହେବ ସ୍ୱଗତ ପଟେଲ କର୍କଟ ରୋଗରେ ପିଡିତ ହୋଇ ଭିମସାରେ ଚିକିତ୍ସିତ ହୋଇ ସ୍କୁଲରେ ଠିକ ଭାବରେ ଶିକ୍ଷାଦାନ କରୁଥିଲେ । ମାତ୍ର ବିଗତ ଏକ ସପ୍ତାହ ହେବ ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ତାରେ ଅବନତି ଘଟିବାରୁ ତାଙ୍କ ବୁଢିମାଲସ୍ଥିତ ବାସଭବନରେ ଶଯ୍ୟାଶାୟୀ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ଅଂଚଳର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ବୁଦ୍ଧିଜୀବି ପହଂଚିଥିଲେ । ସେ ଜଣେ ଶାନ୍ତ, ସରଳ ବିଜ୍ଞ ତଥା ମିଷ୍ଟଭାଷୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମଶାଣିକୁ ନେଇ ଶବ ଦାହ କରାଯାଇଥିଲା । ତାଙ୍କର ଏକ ମାତ୍ର ପୁଅ ଆଲୋକ ପଟେଲ ମୁଖାଗ୍ନୀ ଦେଇଥିଲେ ।