ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-୧ କାମ ଚିଲଡେ଼୍ରନ କୋର୍ଟ ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ଗଣ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ୩ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ମୁଖ୍ୟ ଅଭିଯୁକ୍ତ ଠାକୁରମୁଣ୍ଡାଥାନା ଭାଦୁବେଡ଼ା ଗ୍ରାମର ଚରଣ ମହାନ୍ତଙ୍କ ପୁଅ ବୈଲୋଚନ ମହାନ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୭୬(୬) ପୋକସୋ ଆକ୍ଟ ଅନୁସାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଥିବା ବେଳେ ଦୁଇ ସହଯୋଗି ମହୁଲଡ଼ିହା ଥାନା ଜାରକା ଅଞ୍ଚଳର ନାରାୟଣ ବେହେରାଙ୍କ ପୁଅ ବୈଲୋଚନ ବେହେରା(୨୩) ଓ ମହୁଲଡ଼ିହା ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ପୁଅ ପୁରୁଷୋତ୍ତମ ମହାନ୍ତ(୨୩)ଙ୍କୁ 363/376(2)(i)/506/109, 34 IPC ଅନୁସାରେ ୩ ବର୍ଷ ସଶ୍ରମ କାରାଦଣ୍ଡ, ଏକ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୫ ସେପ୍ଟେମ୍ବର ୧୧ ଠାକୁରମୁଣ୍ଡା ଅଞ୍ଚଳର ଜନୈକ ୧୫ ବର୍ଷୀୟା ନାବାଳିକା ଘରକୁ ଫେରିନଥିବାରୁ ପରିବାରର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଭାଦୁବେଡ଼ା ଛକ ନିକଟରେ ବସିଥିବାର ଜାଣିବାକୁ ପାଇଥିଲେ । ପରିବାରର ଲୋକେ ନାବାଳିକାକୁ ସାଥୀରେ ଧରି ଘରକୁ ଫେରିଆସିବା ସେ ଠାକୁରମୁଣ୍ଡା ବଜାରକୁ ଏକାକୀ ଯାଉଥିବା ବେଳେ ଭାଦୁବେଡ଼ା ଛକ ନିକଟରେ ୩ ଯୁବକ ବଳପୂର୍ବକ ଏକ ଅଟୋରେ ବସାଇ ନିକଟସ୍ଥ ଜଙ୍ଗଲକୁ ନେଇ ପ୍ରଥମେ ବିବସ୍ତ୍ର କରାଇ ଜଣେ ପରେ ଜଣେ ଦୁଷ୍କର୍ମ କରିବା ପରେ ତାକୁ ଆଣି ଭାଦୁବେଡ଼ା ଛକ ନିକଟରେ ଛାଡ଼ି ଦେଇ ପଳାଇଯାଇଥିଲେ । ନାବାଳିକାର ମା ଝିଅଠାରୁ ଅଭିଯୁକ୍ତମାନଙ୍କର ସମସ୍ତ ବିବରଣୀ ସଂଗ୍ରହ କରି ଭାଦୁବେଡ଼ା ଗ୍ରାମରେ ପହଁଞ୍ଚି ସନ୍ଧାନ ନେବାପରେ ଅଭିଯୁକ୍ତମାନଙ୍କର ପରିଚୟ ମିଳିଥିଲା । ଉକ୍ତ ଘଟଣାକୁ ନେଇ ଠାକୁରମୁଣ୍ଡା ଥାନାରେ ଅଭିଯୁକ୍ତ ୩ ଯୁବକଙ୍କ ନାମରେ ୫୬/୧୨.୦୯.୨୦୧୫ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ଥିବା ୧୩ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା ।
ଅଘଟଣ
ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜୋରିମାନା
- Hits: 446