ନୂଆପଡ଼ା(ଅମିତ ପୁରୋହିତ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭଇଁଷାତାଲ ପଂଚାୟତର ଭଣ୍ଡାରପୁରି ଗାଁରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି କାଳବୈଶାଖୀ ପ୍ରଭାବରେ ଘର ନିକଟରେ ଥିବା ଅଶ୍ୱତଥ (ପିପଲ)ଗଛ ଉପୁଡି ମାଟି ଘର ଉପରେ ପଡିବାରୁ ଘରେ ଶୋଇଥିବା ମା ଓ ଝିଅ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଅଳ୍ପକେ ବର୍ତ୍ତି ଗୁରୁତର ଆହତ ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟଚିକିସôାଳୟରେ ଚିକିସôିତ ହେଉଛନ୍ତି । ଗତକାଲି ରାତି ରେ ହଠାତ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ସହ ବର୍ଷାହୋଇଥିଲା । ଏହି ସମୟରେ ଭଣ୍ଡାରପୁରି ଗାଁ ର ପୁନିତ ତାଣ୍ଡି(୫୫)ଙ୍କ ଘର ପାଖରେ ଥିବା ଏକ ବଡ ପିପଲ ଗଛ ଚେର ସହ ଉପୁଡି ତାଙ୍କ ମାଟି ଘର ଉପରେ ପଡିବାରୁ ଘର ଭୁଷୁଡି ଯାଇଥିଲା । ଘର ଭିତରେ ଶୋଇଥିବା ତାଙ୍କ ସ୍ତ୍ରୀ ଗଣେଷୀ ତାଣ୍ଡି(୪୫) ଓ ଝିଅ ତୁଳସୀ କୁମାରୀ ତାଣ୍ଡି(୧୪) ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପୁନିତ ତାଣ୍ଡି ଅନ୍ୟ ଏକ କୋଠରୀରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇ ଗୁରୁତର ଆହତ ହୋଇଥିଲେ । ଜୋଙ୍କ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଚିଂ ମୃତଦେହ ଉଦ୍ଧାର କରିବା ସହ ଗୁରୁତର ପୁନିତ କୁ ଜିଲ୍ଲାମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।
-୦-