ବଡ଼ବିଲ: ନିର୍ବାଚନ ଆଉ ମାତ୍ର ୫ ଦିନ ବାକିଥିବା ବେଳେ ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ବଡ଼ବିଲ ଉପର ବସ୍ତି ଅଞ୍ଚଳରେ ରହୁଥିବା ସେକ ମମତାଜ ଏକ ଲାଇସେନ୍ସ ବିହୀନ ଅମେରିକାନ ମେଡ ଅଟୋମେଟିକ ପିସ୍ତଲ ଓ ୮ ଟି ଜୀବନ୍ତ ଗୁଳି ସହ ଧରାପଡିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଗତକାଲି ରାତିରେ ପୋଲିସ ଟିମ ସହ ବଡ଼ବିଲ ଉପରବସ୍ତି ସ୍ଥିତ ସେକ ମୁମତାଜ ଓରଫ ତୋତାର ଘର ଖାନତଲାସୀ କରିବା ସମୟରେ ଉପରୋକ୍ତ ପିସ୍ତଲ ଓ ଗୁଳି ମିଳିଥିଲା। ପଚରାଉଚୁରା ସମୟରେ ମୁମତାଜ ଉକ୍ତ ପିସ୍ତଲକୁ ଭଦ୍ରସାହି ଅଞ୍ଚଳର ଜଣେ ଡ୍ରାଇଭର ଠାରୁ କିଣିଥିବା ପ୍ରକାଶ କରିଛି। ପୋଲିସ ୨୫ ଆର୍ମସ ଆକ୍ଟ ଅନୁଯାୟୀ କେଶ ନଂ ୯୭/୧୮.୦୪.୨୦୧୯ରେ ଏକ ମାମଲା ରୁଜୁ କରି ସେକ ମୁମତାଜକୁ କୋର୍ଟ ଫରୱାର୍ଡ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ପ୍ରାରମ୍ଭିକ ସୂଚନାରୁ ମୁମତାଜ ଜଣେ ସ୍କ୍ରପ ବ୍ୟବସାୟୀ ବୋଲି ଜଣାପଡିଛି।
ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ୬୬ ଜଣ ବନ୍ଧୁକ ଲାଇସେନ୍ସଧାରୀ ନିଜ ପାଖରେ ଥିବା ବନ୍ଧୁକ ଓ ଗୁଳି ଥାନାରେ ଜମା ଦେଇଥିବା ବଡ଼ବିଲ ଥାନାଧିକାରୀ ସୂଚନା ଦେଇଛନ୍ତି।