ହେଡଲାଇନସ୍:

ପେଟ୍ରୋଲ ଟାଙ୍କି କ୍ୟାସିୟରଙ୍କ ଠାରୁ ୯୦ହଜାର ଟଙ୍କା ଛଡାଇନେଲା ରାତ୍ରୀ ଜଗୁଆଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଜାମୁସାହ ପେଟ୍ରୋଲ ଟାଙ୍କି କାର୍ଯ୍ୟାଳୟରେ କ୍ୟାସିୟର ଆଜି ଭୋର ୫.୩୦ବେଳେ ଟଙ୍କାଗଣୁଥିବା ବେଳେ ରାତ୍ରଜଗୁଆଳ ସୁରେନ୍ଦ୍ର ସେଠୀ ଠେଙ୍ଗାର ଭୟଦେଖାଇ ଗଣୁଥିବା ଟଙ୍କାରୁ ପୁଳା ପୁଳା ଟଙ୍କା ଆଣି ଗାମୁଛାରେ ବାନ୍ଧି ଘଟଣା ସ୍ଥଳରୁ ଚାଲିଯାଇଥିଲା । ଖବରପାଇ ଟାଙ୍କିମାଲିକ ତାକୁ ପିଛାକରି ଜାମୁସାହି ଗାଁରେ ପହଁଚିଥିଲେ । ଏବଂ ଟଙ୍କା ମାଗିବାରୁ ସୁରେନ୍ଦ୍ର ଏବଂ କେତେକ ଗ୍ରାମବାସୀ ପ୍ରମାଣ ଖୋଜିଥିଲେ । ଟାଙ୍କିଠାରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ପରେ ସୁରେନ୍ଦ୍ର ଟଙ୍କା ଛଡାଇ ଆଣିବାର ପ୍ରମାଣ ହୋଇଥିଲା । ଏଥିରେ ସୁରେନ୍ଦ୍ର ଉତକ୍ଷିପ୍ତହୋଇ ମାଲିକଙ୍କ ପ୍ରତିନିଧିଙ୍କ ବାମହାତକୁ କାମୁଡିଦେବା ସହିତ ଏକ ଛୁରୀରେ ବାମହାତ ଏବଂ ଜଙ୍ଘକୁ ଆଘାତ କରିଥିଲା । ତଥାପି ଗ୍ରାମବାସୀଙ୍କ ସହଯୋଗରେ ସୁରେନ୍ଦ୍ର ରଖିଥିବା ୯୦ହଜାର ଟଙ୍କା ମାଲିକ ଫେରି ପାଇଥିଲେ । ଏ ସଂକ୍ରାନ୍ତରେ ଓଡଗାଁ ଥାନାରେ ଅଭିଯୋଗ ହେବା ପରେ ୬୩/୧୯ରେ ମାମଲା ରୁଜୁକରି ଓଡଗାଁ ପୋଲିସ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ବିଡିପୁର ଖମାରସାହି ତଥା ପେଟ୍ରୋଲ ଟାଙ୍କିର ରାତ୍ର ଜଗୁଆଳ ସୁରେନ୍ଦ୍ର ସେଠୀ(୫୫)କୁ ଗିରଫ କରିଥିଲେ । ବୁଧବାର ଦିନ ତାକୁ କୋର୍ଟଚାଲାଣ କରାଯିବ । 

 

0
0
0
s2sdefault