ହେଡଲାଇନସ୍:

ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ ଛୁଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅର୍ନ୍ତଗତ ବାରିପଦା ଉଦଳା ରାଜ୍ୟ ରାଜପଥର ସାନକେରକୋ ନିକଟରେ ଏପ୍ରିଲ ୧୬ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି । ରାସ୍ତାରେ ଯାଉଥିବା ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ସେଥିରେ ଥିବା ୪ଜଣ ଛାତ୍ରଛାତ୍ରୀ ସମେତ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ସମୟରେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବାର ଜଣାପଡ଼ିଛି । ଖବର ପାଇ ବାରିପଦାରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁସାରେ, ବାରିପଦାର ଏକ ଘରୋଇ ସ୍କୁଲରୁ ଓଆର ୦୧ ଏନ ୬୦୭୦ ନମ୍ବର ବିଶିଷ୍ଟ ଇଣ୍ଡିଗୋ କାର ଯୋଗେ ଛାତ୍ରଛତ୍ରୀମାନେ ବାରିପଦାସ୍ଥିତ ଘରୋଇ ସ୍କୁଲକୁ ପ୍ରତିଦିନ ଯିବା ଆସିବା କରନ୍ତି । ମଙ୍ଗବାର ବାରିପଦା-ଉଦଳା ରାସ୍ତାରେ ବିଦ୍ୟାଳୟରୁ ନାଉପାଳ ଗ୍ରାମକୁ ଫେରୁଥିବା ବେଳେ ସାନକେରକୋ ନିକଟରେ ଅପରାହ୍ନ ପ୍ରାୟ ସାଢେ଼ ୯ ସମୟରେ ଚଳନ୍ତା କାରର ଇଞ୍ଜିନରେ ନିଆଁ ଲାଗିଯାଇଥିବାର ଡ୍ରାଇଭର ଜାଣିବାକୁ ପାଇ ରାସ୍ତା ପାଶ୍ୱରେ ଗାଡ଼ିକୁ ଛିଡ଼ା କରାଇବା ପରେ ଭିତରେ ବସିଥିବା ୪ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବାହାରକୁ ବାହାର କରିଆଣି ଥିଲେ । ଫଳରେ ଉକ୍ତ ଛାତ୍ରଛାତ୍ରୀ ଓ ଗାଡ଼ିର ଡ଼୍ରାଇଭର ସମ୍ମୁଖୀନ ହୋଇଥିବା ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତଃ କରିବା ପୂର୍ବରୁ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା ଏବଂ ଏହି  ଜଳି ଯାଇଥିବା କାରଟି ନାଉପାଳ ଗ୍ରାମର ଲଳିତ ସାହୁଙ୍କ ବୋଲି ଜଣାପଡ଼ିଛି ।  

0
0
0
s2sdefault