ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ବନଖଣ୍ଡ ଅଧିକାରୀ ଧମରାଜ ହନୁମନ୍ତେଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ସକାଳ ପ୍ରାୟ ୮ଟା ବେଳେ ଓଡଗାଁ ବନାଚଂଳ କାର୍ୟାଳୟ ର ପଛପାଖ ଗାନ୍ଧିନଗର ସାହିରେ ୩୪ ଜଣିଆ ବନକର୍ମଚାରୀଙ୍କ ଏକ ଦଳ ଅତର୍କିତ ଭାବେ ଚଢାଉକରି ୩୫୪ଖଣ୍ଡ ତଥା ୬୮.୫୯୯ ଘନଫୁଟ ଶାଗୁଆନ ଓ ନିମ୍ବପଟା ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଏନେଇ ୧/୧୯,୨୦ ରେ ମାମଲା ରୁଜୁକରି ଗିରଫ ଅଭିଯୁକ୍ତ ଚନ୍ଦନ ସ୍ୱାଇଁ(୩୪)କୁ କୋର୍ଟଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ବିଶେଷ ସୁତ୍ରରୁ ଖବର ପାଇ ଉପ-ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତିଙ୍କ ତ୍ୱାବଧାନରେ ଓଡଗାଁ ବନାଚଂଳ ଅଧିକାରୀ ରବିନ୍ଦ୍ରନାଥ ପଣ୍ଡା, ମୋବାଇଲ ରେଞ୍ଜର ଅଚ୍ୟୁତ ମହାନ୍ତି, ୬ଜଣ ଟ୍ରେନିଙ୍ଗ୍ ନେଉଥିବା ରେଞ୍ଜର, ବନପାଳପାଳ ଜ୍ୱତିରଞ୍ଜନ ମାନସିଂ, ସରୀତା ବରାଡ, ୧୦ଜଣ ବନରଖି ଓ ୧୫ଜଣ ସ୍କ୍ୱାଡ୍ ମିଳିତ ଭାବେ ଚଢାଉ କରି ଗାନ୍ଧୀନଗର ସାହିର ପ୍ରଭାତ କୁମାର ସାହୁଙ୍କ ଘରେ ଭଡାରେ ରହୁଥିବା ଜଗତସିଂହପୁରୁର ଚନ୍ଦନ ସ୍ୱାଇଁ ରଖିଥିବା ଶାଗୁଆନ ଏବଂ ନିମପଟା ଜବତ କରିଥିଲେ । ବନବିଭାଗର ଏ ସଫଳତା ସ୍ଥାନୀୟ ଅଂଚଳରେ ଚର୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଅନ୍ୟ ଚୋରାକାଠ ବ୍ୟବସାୟୀଙ୍କୁ ଧରାଗଲେ ଜଙ୍ଜଲରୁ କାଠଚୋରିକୁ କେତେକ ମାତ୍ରାରେ ରୋକାଯାଇ ପାରନ୍ତା ।
ଅଘଟଣ
ଓଡଗାଁ ବନବିଭାଗର ଚଢାଉ : ୨ଲକ୍ଷଟଙ୍କାର ଶାଗୁଆନ ପଟା ଜବତ
- Hits: 477