ହେଡଲାଇନସ୍:

ବାଲିସିଂଶାରେ ଗୋଷ୍ଠୀ ସଙ୍ଘର୍ଷ : ଉଭୟ ପକ୍ଷରୁ ୮ ଆହତ, ଜଣେ ଅଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସୁନାମୁହିଁ ପଂଚାୟତ ବାଲିସିଂଶା କରା ସାହିରେ ଆଜି ଦିନ ୧୧ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଙ୍ଘର୍ଷ ଘଟି ଉଭୟ ପକ୍ଷର ୩ ମହିଳାଙ୍କ ସମେତ ୮ଜଣ ଗୁରୁତର ନୟାଗଡ ଡାକ୍ତର ଖାନରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଜାଗା ଜମି ଅଧିକାରକୁ ନେଇ କିଛିଦିନ ଧରି ବାଲିସିଂଶାର କରାସାହି ବାସିନ୍ଧାଙ୍କ ସହିତ ସେହି ଗ୍ରାମର ଗୋଟିଏ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ସାହିରୁ ଅଲଗାଥିବା ପରିବାରର ଦୋକାନଟିକୁ ସାହିବାଲାଏ ଆଜି ଭାଙ୍ଗି ଦେବାସହିତ ସମସ୍ତ ଦ୍ରବ୍ୟ ବାହାରକୁ ଫିଙ୍ଗି ଦେଇଥିଲେ । ଏବଂ ଫ୍ରିଜ ସହିତ ବାଇକକୁ ପଥର ମାଡରେ ଲୋଚାକରିଦେଇଥିଲେ । ଘଟଣାରୁ ପ୍ରକାଶ ଗାଁରେ ଥିବା ଏକ ଘରୋଇ ପଡିଆ ଜାଗାକୁ କରାସାହିର ଲୋକମାନେ ଆଗରୁ ରାସ୍ତାପରି ବ୍ୟବହାର କରୁଥିଲେ । ଶୁସାନ୍ତ ଦାସ, ଶରତ ଦାସ ଓ ସନାତନ ଦାସ ଉକ୍ତ ଜାଗାଟିକୁ କିଣି ଘରକରି ସେଠାରେ ରହିବା ସହିତ ଦୋକାନ କରି ଚଳୁଥିଲେ । ମାତ୍ର ଏହାକୁ ସାହିଲୋକ ବିରୋଧ କରିଆସୁଥିଲେ । ଏବଂ ସେଥିପାଇଁ ଏହି ପରିବାର ସାହି ବାସିନ୍ଦାଙ୍କ ଠାରୁ ଅଲଗା ହୋଇ ଚଳୁଥିଲେ । ଗତ ୩୧ ତାରିଖରେ ବିଭିନ୍ନ ଆଳ ଦେଖାଇ ଉତେଜନା ପ୍ରକାଶ ପାଇଥିଲା । ଏନେଇ ଶୁସାନ୍ତଙ୍କ ପତ୍ନୀ ସୁପ୍ରଭା ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉଭୟ ପକ୍ଷକୁ ଡାକି ଆଜି ସମାଧାନ କରିବାରଥିଲା । ହେଲେ ଆଜି ସକାଳେ ଟିକେଶ୍ୱର ଦାସ ଶୁସାନ୍ତ ଦୋକାନକୁ ଯାଇଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଟିକେଶ୍ୱର ସେଠାରୁ ଆସି ଜଗା ବାରକ, ପୂର୍ଣ୍ଣ ସାହୁ ଏବଂ ଦୀନବନ୍ଧୁ ଦାସଙ୍କୁ ସାଙ୍ଗରେ ନେଇ ଦୋକାନ ନିକଟକୁ ଯାଇଥିଲା । ସେଠରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଦୋକାନ କରିଥିବା ସୁଶାନ୍ତ ଏବଂ ତା ସ୍ତ୍ରୀ ସୁପ୍ରଭା, ଶରତ ଏବଂ ତାଙ୍କ ସ୍ତ୍ରୀ ଅନ୍ନପୁର୍ଣ୍ଣା, ସନାତନଙ୍କ ସ୍ତ୍ରୀ ମାଳତୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ପକ୍ଷର ଜଗାବାରିକ, ଦୀନବନ୍ଧୁ ଦାସ, ପୂର୍ଣ୍ଣ ସାହୁ ମଧ୍ୟ ଗୁରୁତ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପହଁଚି ଭୟରେ ଘର ମଧ୍ୟରେ ଗୁରୁତର ଅବସ୍ଥାରେ ଲୁଚିରହିଥିବା ସୁଶାନ୍ତର ପରିବାର ଲୋକଙ୍କୁ ଉଦ୍ଧାର କରି ଓଡଗାଁ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ନୟାଗଡ ପଠାଇ ଦିଆଯାଇଥିଲା । ପୋଲିସ ଉକ୍ତ ଘଟଣା ଉପରେ ନଜର ରଖିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଟିକେଶ୍ବର ଦାସକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଉଭୟ ପକ୍ଷ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଚିକିତ୍ସିତ  ହେଉଥରବାରୁ କୈାଣସି ପକ୍ଷ ଏପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନଥିବା ଜଣାଯାଇଛି । 

 

0
0
0
s2sdefault