ହେଡଲାଇନସ୍:

  ବରକୋଳା ଫରେଷ୍ଟ ବଙ୍ଗଳାରୁ ବାଇକ ଚୋରି : ଯୁବକ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଂଚଳ ବରକୋଳା ଫରେଷ୍ଟ ବଙ୍ଗଳାରୁ ଆଜି ଭୋର ୫ବେଳେ ବନରଖି ସୁଦିପ୍ତ କୁମାର ସାହୁଙ୍କ ଓଡି ୨୫ସି ୬୭୫୨ ଆପାଚି ବାଇକକୁ ଚୋରି କରିଥ ନେଉଥିବା ଦୁବୃର୍ତକୁ ବାହାଡା ଝୋଲା ଫାଣ୍ଡି ଅନ୍ତର୍ଗତ ଘଡେଇବନ୍ଧ ଗ୍ରାମବାସୀ ଧରି ଓଡଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ । ଯୁବକଟି ଗଞ୍ଜାମ ଜିଲ୍ଲ ଜଗନ୍ନଥ ପ୍ରସାଦ ଥାନା କାଦୁଆ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ରାକେଶ ଡାକୁଆ(୧୯) । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ବାଇକ ଚୋରି ଏବଂ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ମାନଙ୍କ ଠାରୁ ଅର୍ଥ ଲୁଟ ଘଟଣାରେ ଏକାଧିକ ଅଭିଯୋଗ ଥିବା ଜଣାଯାଇଛି । ଆଜି ଭୋର ୪ଟା ବେଳେ ରାକେଶ ଓ ତାର ୨ସହେଯାଗୀ ଗୋଟିଏ ଆପାଚି ଗାଡିରେ ଆସି ବରକୋଳାଫରେଷ୍ଟ ବଙ୍ଗଳାରୁ ବନରକ୍ଷୀଙ୍କ ବାଇକ ଧରି ୨ଜଣ ଚାଲି ଯାଇଥିଲେ । ଏବଂ ଆଣିଥିବା ବାଇକରେ ନିଯେ ରାକେଶ ଜଗନ୍ନଥ ପ୍ରସାଦ ଆଡକୁ ଯାଉଥିଲା । ବନରକ୍ଷୀଙ୍କ ଠାରୁ ଖବର ପାଇବା ବେଳକୁ ପ୍ରଥମ ୨ଜଣ ବାହାଡାଝୋଲା ଅଂଚଳ ଅତିକ୍ରମ କରିସାରଥିଲେ । ତେବେ ରାକେଶ ଘଡେଇବନ୍ଧ ଲୋକଙ୍କ ହାତରେ ଧରା ପଡିଯାଇଥିଲା । ରାକେଶ ବ୍ୟବହାର କରୁଥିବା ବାଇକଟି ଚୋରା ବାଇକ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ଯାଇଛି ।  ରାକେଶ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ସବଇନିସ୍ପେକ୍ଟର ସଞ୍ଜୟ କୁମାର ପରିଡା ଓଦ୍ୟମ ଜାରି ରଖଥିବା ଜଣାପଡିଛି । 

0
0
0
s2sdefault