ହେଡଲାଇନସ୍:

ପାଖେଇ ଆସୁଛି ନିର୍ବାଚନ, ବଢିଚାଲିଛି ଅପରାଧ: କାଟିଲେ ହାତ ପାପୁଲି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବଲାଙ୍ଗିର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ବଢିଚାଲିଛି ଅପରାଧ । ବଲାଙ୍ଗୀର  ରାଜିବ ନଗର ପଡା ଶିବ ମନ୍ଦିର ବରଗଛ ନିକଟରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଫଳରେ ଜଣେ ଯୁବକଙ୍କ ହାତ ପାପୁଲି କଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମାତ୍ର ଆକ୍ରମଣର କାରଣ ଜଣାପଡ଼ିନାହିଁ। ଥାନାରେ କୌଣସି ଏତଲା ନହୋଇଥିଲେ ମଧ୍ୟ  ସୂଚନା ପାଇବା ପରେ ଟାଉନ୍‌ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଆଜି ମଧ୍ୟାହ୍ନରେ ରାଜୀବ ନଗରପଡ଼ାର ଆଲୋକ ରଞ୍ଜନ ଦାସ, ଅମିତ ପଟ୍ଟନାୟକ ଓ ତାଙ୍କ ସାଙ୍ଗ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ରାଜୀବ ନଗରପଡ଼ାର ୬ରୁ ୭ ଜଣ ଯୁବକ ସଂଘବଦ୍ଧ ଭାବେ ହତିଆର ରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଆଲୋକଙ୍କ ବାମ ହାତ ପାପୁଲି କଟି ଯାଇଥିବା ବେଳେ ଅମିତଙ୍କ କହୁଣୀରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଆଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସମ୍ପୃକ୍ତ ଗୋଷ୍ଠୀ ଫେରାର ଥିବା ବେଲେ ଏନେଇ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି । ବଲାଙ୍ଗୀର ରେ ଯେଉଁ ଭଳି ଭାବରେ ଅପରାଧ ଓ ଗୁଣ୍ଡାଗର୍ଦି ବଢି ଚାଲିଛି ଜିଲ୍ଲା ପ୍ରଶାସନ ଏହାଉରେ ପଦକ୍ଷେପ ନେବେ କି  ବୋଲି ଲୋକ ଲୋଚନରେ ଚର୍ଚ୍ଚା ଯୋର ଧରିଛି।

0
0
0
s2sdefault