ହେଡଲାଇନସ୍:

ଡାକ୍ତରଙ୍କ ଯୁବତୀଙ୍କ ପ୍ରତି ଦୁର୍ବ୍ୟବହାର, ଥାନାରେ ଅଭିଯୋଗ ଆଣିଲେ ଯୁବତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା. (ଅମିତ କୁମାର  ପୁରୋହିତ) ; ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ତାଙ୍କ ସର୍ମ୍ପକିୟ ମାନଙ୍କୁ ଶିଶୁ ବିଶେଷଜ୍ଞ ଡା. ସୌମ୍ୟରଂଜନ  ମେହେର ବିଭିନ୍ନ ସମୟରେ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ଆସୁଥିଲା । ଏହା ପରେ ବି ଉପରିସ୍ଥ ଅଧିକାରୀ ମାନେ କୌଣସି  ପଦକ୍ଷେପ ନେଉ ନ ଥିଲେ । ନିକଟରେ ଏକ ଯୁବତୀଙ୍କୁ କରିଥିବା ର୍ଦୁବ୍ୟବହାର ଉକ୍ତ ଡାକ୍ତରଙ୍କୁ ମହଙ୍ଗା ପଡିଛି । ଘଟଣାଟି ନୂଆପଡା ଥାନାରେ ପହଂଚି ଥିବା ବେଳେ ପୋଲିସ ଡାକ୍ତରଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ ଜାମିନ ରେ ଛାଡିଛି । ସୂଚନା ମୁତାବକ କୋମନା ଥାନା ଅନ୍ତର୍ଗତ ସିହିନାମୁଣ୍ଡାର  ଜନୈକ ଗର୍ଭବତୀ ମହିଳା ପ୍ରସୂତି ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ । ଗତ ୧୬ ତାରିଖରେ ତାଙ୍କ ଏକ ଶିଶୁ ଜନ୍ମ ହୋଇଥିଲା । ଜନ୍ମ ହେବା ବେଳେ ଠାରୁ ଶିଶୁଟିର ଶରୀରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ପାଇଁ ମହିଳା ଜଣକ ଡାକ୍ତର ମେହେର ଙ୍କୁ ପରାମର୍ଶ ପାଇଁ ଦେଖେଇଥିଲେ । ସେତେବେଳେ ତାଙ୍କୁ ଡାକ୍ତର ମେହେର ର୍ଦୁବ୍ୟବହାର କରିଥିଲେ । ଶୁକ୍ରବାର ଦିନ ଶିଶୁଙ୍କୁ ଦେଖାଇବା ପାଇଁ ମା ଙ୍କ ସହିତ ଶିଶୁଟିର ପିଉସୀ ମଧ୍ୟ ଆସିଥିଲେ । ଆଗ ଭଳି ଡାକ୍ତର ତାଙ୍କୁ ର୍ଦୁବ୍ୟବହାର କରିବା ସହ ହସପିଟାଲ ରୁ ଭାହାରିଯିବା ପାଇଁ କହିଥିଲେ । ଏଥିରେ ଦୁଃଖିତ ହୋଇ ଶିଶୁଟିର ପିଉସୀ ନୂଆପଡା ଥାନାରେ ଲିଖିତ ଭାବେ ଅଭୀଯୋଗ କରିଥିଲେ । ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ ଦଫା ୨୯୪ ଜାତିଆଣ ମାମଲା (ନଂ. ୪୦/୧୯) ମାମଲା ରୁଜୁ କରିଥିଲା । ପରେ ଡାକ୍ତର ମେହେରଙ୍କୁ ପୋଲିସ ଥାନାକୁ ଡକାଇ ଦିର୍ଘ ସମୟ ଧରି ଜେରା କରିଥିଲା । ମୁଖ୍ୟ  ଚିକିତ୍ସାଳୟ  ଅଧିକାରୀ ମାନେ ମଧ୍ୟ ଥାନାରେ ସବିଶେଷ ବିବରଣୀ ରଖିଥିଲେ । ପରେ ସନ୍ଧ୍ୟାରେ ଡାକ୍ତର ମେହେରଙ୍କୁ ଏକ ନୋଟିସ ଜାରି କରିବା ସହ ଜାମିନରେ ଛାଡି ଦିଆଯାଇଥିବା ବେଳେ ମାମଲାର ଚୁଡାନ୍ତ ରିପୋର୍ଟ ପର୍ଯନ୍ତ ନୂଆପଡା ଷ୍ଟେସନ ଛାଡି କୁଆଡେ ନ ଯିବାକୁ ପୋଲିସ ତାଗିଦ କରିଛି  । ଏସ.ଡି.ପି.ଓ ପ୍ରଶାନ୍ତ କୁମାର ପଟ୍ଟନାୟକ  ମାମଲାର ତଦନ୍ତ କରୁଛନ୍ତି । ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଅନେକ ସମସ୍ୟା  ଲୋକଲୋଚନକୁ ଆସୁଥିବା ସତ୍ୱେ ତାର କୈାଣସି ପ୍ରକାରର ନିରାକରଣ ନ ହେବା ସହ ଡାକ୍ତରଙ୍କର ରୋଗୀ ସେବା ବିମୁଖ ହୋଇ ରୋଗୀ ତଥା ସେମାନଙ୍କ ସର୍ମ୍ପକୀୟ ଙ୍କ ପ୍ରତି ର୍ଦୁବ୍ୟବହାର ପ୍ରଦର୍ଶନ କୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି । 

0
0
0
s2sdefault