ହେଡଲାଇନସ୍:

 ମୋହନା ପୋଲିସକୁ ବଡ ସଫଳତା: ଅନ୍ତଃଜିଲା ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ ,

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୩ଟି ବାଇକ ଉଦ୍ଧାର ୪ଜଣ ଗିରଫ-କୋର୍ଟଚାଲାଣ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତଃଜିଲ୍ଲା ବାଇକ ଚୋରୀ ର୍ୟାକେଟକୁ  ଧରିବାରେ ଗଜପତି ଜିଲ୍ଲା ମୋହନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ଗଞ୍ଜାମ, ଭୁବନେଶ୍ୱର ଓ ଅନୁଗୁଳ ଅଞ୍ଚଳର ଚୋରୀ ହୋଇଥିବା ୧୩ଗୋଟି ବାଇକ ଉଦ୍ଧାର କରିବା ସହ ଏ ସଂକ୍ରାନ୍ତରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇ ସାମ୍ୱାଦିକଙ୍କୁ କହିଥିଲେଯେ ଥାନା ଅଧିକାରୀ ସୁଜିତ ନାୟକ ଏବଂ ଏସଡିପିଓଙ୍କ ତତ୍ୱାଧାନରେ ମୋହନା ପୋଲିସ ପକ୍ଷରୁ ଗତ ୨୭ ତାରିଖ ରାତିରେ ସ୍ୱତନ୍ତ୍ର ପେଟ୍ରୋଲିଂ ଚାଲିତିବା ବେଳେ ବାଇକ ଚୋରୀ ଅଭିଯୋଗ ପ୍ରକାରେ ଏକ ବାଇକ ଧରାପଡିଥିଲା । ବାଇକଟି ବାବୁଲା ନାୟକର କିନ୍ତୁ ବାଇକ ଉପରେ ଆବଶ୍ୟକ କାଗଜପତ୍ର ଦେଖାଇନପାରିବା ଫଳରେ ବାଇକ ଉପରେ ଅଧିକ ପଚରାଉଚରା କରି ତାହା ପିଙ୍କୁ ଠାରୁ ଆଣିଥିବା ଜଣାପଡିଥିଲା ଏବଂ ଏଥି ସହିତ ଅନ୍ୟ ଯେଉଁ ମାନଙ୍କୁ ବାଇକ ବିକ୍ରି କରାଯାଇଥିଲା ସେହି ବାଇକ ଗୁଡିକ ମଧ୍ୟ ଉଦ୍ଧାର କରାଯାଇଥିଲା ।

ଏ ସମ୍ପର୍କରେ ମୋହନା ଥାନାରେ ଏକ କେସ ରୁଜୁ କରାଯାଇ ଏଥିରେ ସଂପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିରେ ମୁଖ୍ୟ ଅପରାଧି କମଳାପୁର କଲେନିର ପିଙ୍କୁ ନାୟକ ଯିଏକି ବିଭିନ୍ନ ସ୍ଥାନରୁ ଚୋରା ବାଇକ ଆଣି ଏ ଅଞ୍ଚଳରେ ବିକ୍ରି କରିଥାଏ । ଅନ୍ୟ ତିନି ଜଣ ଯେଉଁ ମାନେକି ଚୋରା ବାଇକ ଆଣିବା ପରେ ଗ୍ରହଣ କରି ଅଧିକ ବିକ୍ରିବଟାରେ ସାହାଯ୍ୟ କରିଥାଏ । ସେମାନେ ତିନି ଜଣ ହେଲେ ନାରିଙ୍ଗିର ସୁମିତ ନାୟକ, ବାଦପୁରର ବାବୁଲା ନାୟକ, ଏବଂ କଳାମେରି ନୁଆସାହିର ଟୁକୁ ନାୟକ ପୋଲିସ ପକ୍ଷରୁ ବାଦପୁର ଓ କମଳାପୁର ଛକ ସମେତ ନୁଆସାହି,ଡେଙ୍ଗିନିପଦର ଓ ଚାନ୍ଦିପୁଟ ପ୍ରଭୃତି ଚଢାଉ କରାଯାଇଥିଲା । ୧୩ଗୋଟି ଚୋରା ବାଇକ  ଉଦ୍ଧାର କରାଯାଇ ବାଇକ ଗୁଡିକର ମାଲିକାନା ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସମସ୍ତ ଚୋରୀ ବାଇକ ଅନୁଗୁଳ, ଭୁବନେଶ୍ୱର ଓ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି । ବାଇକ ଗୁଡିକ ଆଣି ନମ୍ୱର ପ୍ଲେଟ ଅଲଗା କରି ଚଞ୍ଚଳ କାରବାର ପାଇଁ ବ୍ୟବହୃତ କରୁଥିବା ଏବଂ ଏହି ରାକେଟରେ ଅନ୍ୟ ଯେଉଁ ମାନେ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଏସପି କହିଥିଲେ ।

 

 

 

0
0
0
s2sdefault