ହେଡଲାଇନସ୍:

ପେଟ୍ରୋଲ ପମ୍ପରେ କିରୋସିନି ମିଶା ପେଟ୍ରୋଲ : ସନ୍ଦେହରେ ପେଟ୍ରୋଲ ଟାଙ୍କି ମାଲିକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁନ୍ଦର ଗଡ଼ରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ସହର ମୁଖ୍ୟସ୍ଥଳରେ ଥିବା ଟିଡ଼ିସିସି ପେଟ୍ରୋଲ ପମ୍ପ ରେ ଦେଖିବାକୁ ମିଳିଛି  କିରାସିନି ମିଶାଇ ଥିବା ପେଟ୍ରୋଲ |ସୁନ୍ଦରଗଡ଼ ସହରରେ ପ୍ରାୟତଃ ଲୋକେ ବ୍ଦିନକୁ ୩୦୦୦ରୁ ଉର୍ଦ୍ଧ୍ବ ବାଇକରେ ପେଟ୍ରୋଲ ପୂରେଇବା ଦେଖିବାକୁ ମିଳିଥାଏ | ହେଲେ ସରକାରୀ ପେଟ୍ରୋଲ ପମ୍ପ ରେ ଦେଲି ହଜାର ହଜାର ସଂଖ୍ୟାରେ ଲୋକେ ପେଟ୍ରୋଲ ଓ ଡିଜେଲ  ପୁରେଇ ଥାନ୍ତି ହେଲେ ସହରର ମୁଖ୍ୟ ସ୍ଥଳରେ ପେଟ୍ରୋଲ ପମ୍ପ ଥିବାରୁ ସମସ୍ତେ ବିଶ୍ୱାସ କରି ପେଟ୍ରୋଲ ପକାଇଥାନ୍ତି | ହେଲେ ଗତକାଲି ସନ୍ଧ୍ୟାରେ ଜଣେ ଲୋକ ନିଜ ଚାରିଚାକିଆ ଗାଡ଼ି ରେ ତେଲ ପକାଇବା ପରେ ତାଙ୍କ ଗାଡିଟି ଷ୍ଟାର୍ଟ ନ ହେବା ଯୋଗୁ ତାଙ୍କୁ ଅପମାନିତ ହେବା ପାଇଁ ମଧ୍ୟ ପଡିଥିଲା ଓ ଗୋଟିଏ ବୋତଲରେ ଏକ ଲିଟର ପେଟ୍ରୋଲ ମାଗିଥିଲେ ଓ ତା ପରେ ଜଳ ଜଳ ଦିଶିଛି ପେଟ୍ରୋଲରେ କିରାସିନି ମିଶିଛି ବୋଲି|  ତେଣୁ ସେ ତା ନିଜ ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ |ଏହି ଘଟଣା ଜଣାପଡିବା ପରେ ହଜାର ହଜାର ଲୋକ ପେଟ୍ରୋଲ ପମ୍ପକୁ ପହଁଚିଲେ | ପେଟ୍ରୋଲ ପମ୍ପରେ ହୋ ହାଲ୍ଲା ଷ୍ଟାର୍ଟ ହେବା ସହ ପେଟ୍ରୋଲ ପମ୍ପର ଅଫିସରଙ୍କ ସହିତ ଯୁକ୍ତିତର୍କ ବହୁତ ସମୟ ଧରି ୬କିବା ସହ ଉତ୍ତେଜନାପୁର୍ଣ ପରିସ୍ଥିତି ସୃଷ୍ଟି ହୋଇଗଲା | ତା ସଙ୍ଗେ ସଙ୍ଗେ ଟାଉନ ଥାନା ପୋଲିସ ମଧ୍ୟ ପହଂଚି  ଲୋକଙ୍କୁ ବୁଝା ସୁଝା କରିଥିଲେ ଓ ଲୋକଙ୍କ ଉତକ୍ତ୍ୟ ଦେଖି ପେଟ୍ରୋଲ ପମ୍ପ ବନ୍ଦ କରାଯାଇଥିଲା | ମାହୋଲ  ଶାନ୍ତ ପଡ଼ିବା ଯାଏ ପୋଲିସ ପେଟ୍ରୋଲ ପମ୍ପରେ ଜଗି ରହିଥିଲେ | ପୋଲିସକୁ ଏ ସମ୍ପର୍କରେ ପଚାରିବାରୁ  ଟେଷ୍ଟଟିଙ୍ଗ ହେଲେ ଘଟଣା ଜଣାପଡ଼ିବ ବୋଲି ପୋଲିସ ତରଫରୁ ଶୁଣିବାକୁ ମିଳୁଛି|  ସେପଟେ ପେଟ୍ରୋଲ ପମ୍ପର ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯୋଉ ମେସିନରେରେ ସେ ତେଲ ଭରିଛନ୍ତି ସେ ମେସିନ ଖରାପ ହୋଇଥିଲା ତାକୁ ସଜଡା ହୋଇଛି | କିନ୍ତୁ କୌଣସି ପାଇପ ଲିକ ହୋଇଯାଇ ଥିବ ବୋଲି ଆକଳନ କରାଯାଉଛି ବୋଲି ସେ କହିଛନ୍ତି ଯଦି ଟେଷ୍ଟ ଟିଙ୍ଗହେଲା ପରେ ଜଣା ପଡ଼ିବ ବୋଲି ପେଟ୍ରୋଲ ପମ୍ପ ଅଧିକାରୀ ଲୋକଙ୍କୁ କହିଛନ୍ତି |

0
0
0
s2sdefault