ହେଡଲାଇନସ୍:

ଭିଜିଲାନ୍ସ ଖାପଚରେ ଲାଞ୍ଚୁଆ ଲେଡି ଆରଆଇ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) ଆଜି ଭିଜିଲାନ୍ସ ଜାଲରେ ପୁଣି ଛନ୍ଦି ହୋଇଛନ୍ତି ଜଣେ ଲେଡି ଆରଆଇ |  ଲାଞ୍ଚୁଆ ଆରଆଇ ଜଣେ ଲୋକଙ୍କ ଠାରୁ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ଼ ହ୍ୟାଣ୍ଡ ଧରିଛନ୍ତି | ଅଭିଯୁକ୍ତ ଆରଆଇଙ୍କ ନାମ ମାନସୀ ସାହୁ | ସେ ରାଜଗାଙ୍ଗପୁର ତହସିଲର ମାଳିଡ଼ିହିରେ ଥିବା ବେଳେ ମାଳିଡ଼ିହି ଗ୍ରାମର ସୁଦୀପ ଟପ୍ପୋ  ତାଙ୍କ ବାପାଙ୍କ ନାରେ୨୫ଡିସମିଲ ଓ ତାଙ୍କ ନାଁରେ୩୦ ଡିସମିଲ ଜମି କିଣିଥିଲେ | ସେ ମିଉଟେସନ ପାଇଁ ରାଜଗାଙ୍ଗପୁର ତହସିଲ ରେ ଆବେଦନ କରିଥିଲେ | ମିଉଟେସନ  କେସ ନମ୍ବର-୪୪୪୫/୨୦୧୯ରେ ରେଜିଷ୍ଟ୍ରେସନ ମଧ୍ୟ ହୋଇଛି | ହେଲେ ତହସିଲଦାର ଆରଆଇଙ୍କୁ ଇନକ୍ୱାରି କରି ରିପୋର୍ଟ ଦେବାପାଇଁ ଗତ ୬ଫେବୃଆରୀରେ କହିଥିଲେ | ଆରଆଇ  ଅଭିଯୋଗକାରୀଙ୍କ ବାପା ଓ ସାକ୍ଷୀ ମାନଙ୍କୁ ଡାକି ଇନକ୍ୱାରି କରି ସୁଦୀପ ଟପ୍ପୋ କୁ କହିଲେ୧୦୦୦୦ହଜାର ଟଙ୍କା ଦେବାକୁ ହେବ | ତା ହେଲେ ତମ ସପକ୍ଷରେ ରିପୋର୍ଟ ଦେବି ଓ ପଟ୍ଟା ମଧ୍ୟ କରାଇଦେବି | ନ ଦେଲେ  ତମ ପଟ୍ଟା ମଧ୍ୟ ହୋଇ ପାରିବ ନାହିଁ ବୋଲି ଆରଆଇ ରୋକ ଠୋକ କହିଥିଲେ |  ସୁଦୀପ ବାଧ୍ୟ ହୋଇ ଆରଆଇଙ୍କୁ ଗତକାଲି ୨୭ ତାରିଖରେ ଫୋନେ କରିଥିଲେ " ମାଡ଼ମ ମୋ ପାଖରେ୧୦୦୦୦ହୋଇ ପାରୁନି |  ମୁଁ ୨୮ତାରିଖରେ ଆପଣଙ୍କୁ୮୦୦୦ଟଙ୍କା ଦେବୀବୋଲି କହିଥିଲେ | ପରବର୍ତ୍ତୀ ସମୟରେ ସୁଦୀପ କିଛି ରାସ୍ତା ନପାଇ ଏସପି ଭିଜିଲାନ୍ସ ସମ୍ବଲପୁରରେ ଗତକାଲି୨୭ତାରିଖରେ ଅଆରଆଇ ଙ୍କ ନାମରେ ଅଭିଯୋଗ ଦାୟର କଲେ |  ଭିଜିଲାନ୍ସ କେସ ନମ୍ବର-୧୦ରେ ରେଜିଷ୍ଟ୍ରେସନ ହୋଇ ଭିଜିଲାନ୍ସ ପକ୍ଷରୁ ଟଙ୍କା ଆଣି ଆରଆଇଙ୍କୁ ଫୋନ ଯୋଗେ ପଚାରିଲେ |  ମାଡ଼ମ କୋଉଠି ଭେଟିବି ବୋଲି ପଚାରିଥିଲେ ଆରଆଇ କହିଥିଲେ|  ମୁଁ ରାଜଗାଙ୍ଗପୁର ଅଫିସରେ କାମରେ ଆସିଥିଲି | ଏଠାକୁ ଆସ ବୋଲି କହିଲା ପରେ ଟଙ୍କା ଦେବା ପରେ ଲାଞ୍ଚୁଆ ଆରଆଇକୁ ସମ୍ବଲପୁରରୁ ଆସିଥିବା ଭିଜିଲାନ୍ସ ଟିମ ରେଡ଼ ହ୍ୟାଣ୍ଡ ଆରେଷ୍ଟ କରିଥିଲେ ଓ ତାଙ୍କଠୁ ଟଙ୍କା ମଧ୍ୟ ରିକୋଭରି ହୋଇଛି ବୋଲି ଆଜି ପ୍ରେସ ବିବୃତ୍ତିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଥିଲେ

0
0
0
s2sdefault