ବିଦ୍ରୋହୀ କାଳ, ଦେଖ, କି ହେଉଛି ଫଳ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତକାଲି ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ 

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଗତ ଗୁରୁବାର ଦିନ ବିଜେଡ଼ି ରୁ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ହଜାର ହଜାର ସଂଖ୍ୟା ରେ ସମର୍ଥକ ଙ୍କୁ ନେଇ ସ୍ଵାଧୀନ ପ୍ରାର୍ଥୀ  ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସେ ୨୦୧୯ ନିର୍ବାଚନ ରେ ବିଦ୍ରୋହି ଭୂମିକା ରେ ଅବତୀର୍ଣ୍ଣ ହେବେ ।

ସେଭଳି କଂଗ୍ରେସ ପକ୍ଷରୁ ନିଜ ହଜାର ହଜାର ସମର୍ଥକ ଓ ଦଳୀୟ କର୍ମୀ ଙ୍କୁ ପଟୁଆର ରେ ନେଇ  ପୁରୁଷୋତ୍ତମ ଗମାଙ୍ଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ର ଟିକଟ ଆଶାୟୀ ଥିବା ଏବଂ ଗୁଣପୁର କ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଥିବା ଲକ୍ଷ୍ମୀ ଶବର ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ବିଜେପି ପକ୍ଷରୁ ଟିକଟ ପାଇ ଥିବା ଶିଶିର ଗମାଙ୍ଗ ନିଜ ପିତା ଗିରିଧାରୀ ଗମାଙ୍ଗ , ମାତା ହେମା ଗମାଙ୍ଗ ଏବଂ କେତେକ କାଁ ଭାଁ ହାତ ଗଣତି ଲୋକ ଙ୍କ ଉପସ୍ଥିତି ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବିଜେପିର ଟିକଟ ଆଶାୟୀ ଥିବା ରାମମୂର୍ତ୍ତୀ ମୁଟିକା ନିଜ ହଜାର ହଜାର ସମର୍ଥକ ଙ୍କ ସହ ପଟୁଆର ରେ ଆସି ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ପ୍ରତ୍ୟେକ ଦଳ ର ବିଦ୍ରୋହି ପ୍ରାର୍ଥୀ ଭାବେ ହେବିୱେଟ୍ ନେତା ପ୍ରାର୍ଥୀ ରହିଥିବା ବେଳେ ଆଗାମୀ ୨୦୧୯ ନିର୍ବାଚନ ରେ ଗୁଣପୁର ରେ କିଏ ଗାଦି ହାତେଇବ ତାହା ଦେଖିବାକୁ ରହିଲା । 

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_TBOPRA*/