ହେଡଲାଇନସ୍:

ଲଗାମ ଛଡା ଲୁଟେରା, ଲଗାତାର ଲୂଟ : ଦିନ ଦିପହର ବାଇକରୁ ଲୁଟିନେଲେ ୨୦ ହଜାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ: ଓଡଗାଁ ଲକ୍ଷ୍ମୀବଜାରରେ ଷୋମବାର ଦିନ ୧୧ଟା ବେଳେ ଗୋଟିଏ ମୋପେଡ ବାଇକରୁ ୨୦ହଜାରଟଙ୍କା ଲୁଟ୍ ହୋଇଥିବା ଜଣାଯାଇଛି ।  ଘଟଣାରୁ ପ୍ରକାଶ ଏହି ଥାନା ଅନ୍ତର୍ଗତ ବାଣ୍ଠପୁର ଗ୍ରାମର ତ୍ରିଲୋଚନ  ନାଏକ  (୪୫) ଓଡଗାଁ ଗ୍ରାମବ୍ୟାଙ୍କ ଏଟିଏମରୁ  ୨୦ହଜାର ଟଙ୍କା ଉଠାଇ ବ୍ୟାଗରେ ଟଙ୍କାରଖି  ମୋପେଡ଼ରେ  ଟଙ୍କା ବ୍ୟାଗଟିକୁ ଝୁଲାଇଦେଇଥିଲେ । ହନୁମାନ ଛକରେ ଗାଡିରଖି ପାଖ ଦୋକାନରୁ ଥଣ୍ଡା ପିଇବାକୁ ଯାଇଥିବା ବେଳେ ତାଙ୍କୁ ପିଛା କରିଥିବା  ଦୁର୍ବୃତ୍ତ ମାନେ ବାଇକରୁ ଟଙ୍କା ବ୍ୟାଗଟିକୁ ଧରି ଚମ୍ପଟ ମାରିଥିଲେ । ତ୍ରିଲୋଚନଙ୍କର ନଜର ପଡିଯିବାରୁ  ସେ ଖୁବ୍ ଜୋରରେ ପାଟି କରିବା ସହିତ ମୋପେଡ ବାଇକରେ ଲୁଟେରାଙ୍କର ପିଛାକରିଥିଲେ । ସିନେମାହଲ ଛକଠାରୁ ଲୁଟେରାମାନଙ୍କୁ ସେ ଦେଖି ନପାରି ଫେରିଆସିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଓଡଗାଁ ପୋଲିସ ତୁରନ୍ତ ବାହାଡାଝୋଲା ଓ କୁରାଳ ଫାଣ୍ଡିକୁ ଖବରଦେବା ସହିତ ଅନ୍ୟାନ୍ୟ ଥାନାମାନଙ୍କୁ ଆଲଟ କରିବା ସହ  ପିସିଆର ଭ୍ୟାନନେଇ ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିଲେ  । 

0
0
0
s2sdefault