ହେଡଲାଇନସ୍:

ଚିକିତ୍ସାଧୀନ ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ  ନେଇ ଉତ୍ତେଜନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଏସଏନସିୟୁରେ ଥାଇ ଚିକିତ୍ସାଧୀନ ହେଉଥିବା ଏକ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଓ ପରେ ନବଜାତ ଶିଶର ମୃତ ଶରୀରକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ତାକୁ ସୁଇପାର ସହାୟତାରେ ପୁଲିସ ଉପସ୍ଥିତିରେ ପୋତିଦେବା ଘଟଣାକୁ ନେଇ ହସପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା ମାଧ୍ୟମରେ ଶାନ୍ତ କରାଇବା ପାଇଁ ପ୍ରୟାସ ଚଳାଇଥିବା ଡ଼ାକ୍ତର ନିମାଇଁ ଚରଣ ନାୟକ ଜନସାଧାରଣଙ୍କ ଆକ୍ରୋଶର ଶିକାର ପାଲଟିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ପାରୁଳିଆ ଗ୍ରାମପଞ୍ଚାୟତର ଆଟ୍ଟଶିଳୀ ଗ୍ରାମର ଦୀପକ କୁମାର ରାଉତଙ୍କ ସ୍ତ୍ରୀଙ୍କୁ ଗତ ବୁଧବାର ପିଆରଏମ ସରକାରୀ ମେଡ଼ିକାଲ କଲେଜରେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ; ମାତ୍ର ନବଜାତ ଶିଶୁ ତାର ମା’ଠାରୁ କ୍ଷୀର ଖାଉନଥିବାରୁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଶିଶୁ କନ୍ୟାକୁ ଚିକିତ୍ସା କରୁଥିବା ଡ଼ାକ୍ତର ରଜତ କୁମାର ଦାସ ଭୟ କରିବାର କୌଣସି କାରଣ ନାହିଁ, ସବୁକିଛି ଠିକ୍ଠାକ୍ ହୋଇଯିବ କହି ଦୀପକ କୁମାର ରାଉତଙ୍କ ନିକଟରୁ  ମୋବାଇଲ ନମ୍ବର ରଖି ଆବଶ୍ୟକ ହେଲେ ଫୋନ କରିବେ ବୋଲି କହିଥିଲେ । କିନ୍ତୁ, ଆଜି ଦୀପକ କୁମାର ରାଉତ ଓ ତାଙ୍କର ପରିବାରର ସଦସ୍ୟମାନେ ହସପିଟାଲ ଆସିବା ପରେ ଚିକିତ୍ସଧୀନ ଝିଅର ମୃତୁ୍ୟ ହୋଇଯାଇଛି ଏବଂ ଝିଅର ମୃତ ଦେହକୁ ପରିବାରର ସଦସ୍ୟମାନଙ୍କୁ ହସ୍ତାନ୍ତର କରିବା  ପରିବର୍ତ୍ତେ ପୋତି ଦିଆଯାଇଛି ଏବଂ ମୃତୁ୍ୟ ନବଜାତ ଶିଶୁ କନ୍ୟାର ପାଟି ଓ ନାକରୁ ରକ୍ତ ବାହାରିଥିବା ଆଦି ବିଷୟ ଜାଣିବାକୁ ପାଇଥିଲେ । ଯଦି ଚିକିତ୍ସାଧୀନ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ରହିଥିଲା ତେବେ ଡ଼ାକ୍ତର ତାର ପରିବାରର ସଦସ୍ୟଙ୍କୁ ଅବଗତ କରାଇଲେ ନାହିଁ କେଉଁ କାରଣରୁ । ପୁଣି, ମୃତ ଶରୀରକୁ ପରିବାରର ସଦସ୍ୟମାନଙ୍କୁ ହସ୍ତାନ୍ତର ନକରାଇ କିପରି ଓ କେଉଁ ଆଇନ ବଳରେ ସକ୍ରାର କରାଇଲେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଜନତା ଡ଼ାକ୍ତରଙ୍କ ବିରୋଧରେ ଅଭିଯୋଗ କରିବା ନିମନ୍ତେ ମେଡ଼ିକାଲ କଲେଜ ସୁପାରିଟେଣ୍ଡେଣ୍ଟଙ୍କୁ ଖୋଜିବା ପରେ ଆଜି ରବିବାର ଥିବାରୁ ଛୁଟିରେ ରହିଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଥାନାରେ ଏଫଆଇଆର ଦେବାକୁ ପରାମର୍ଶ ଦେଇଥିଲେ ଏବଂ ସୋମବାର ହସପିଟାଲ ଆସି ଘଟଣା ଉପରେ ତଦନ୍ତ କରି କଣ ହୋଇଛି ବୁଝିବେ ବୋଲି କହିଥିଲେ । 

 

0
0
0
s2sdefault