ହେଡଲାଇନସ୍:

କଂଗ୍ରେସ ଭବନ ଲଙ୍କା କାଣ୍ଡ :  କାହିଁ ପେ ନୀଗାହେ , କହିଁପେ ନିଶାନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟାଣୁଆ ଯୁବନେତାଙ୍କ କ୍ଷୋଭର ପ୍ରତିଫଳନ , "ଏକାମ୍ର ଟିକଟ" ଥିଲା ବାହାନା   

ଭୁବନେଶ୍ୱର : ଟିକଟ ବଣ୍ଟନକୁ ନେଇ ସବୁ ଦଳରେ ରାଜ୍ୟ ବ୍ୟାପି ଅସନ୍ତୋଷ |  ବିଜେପି ବିଜେଡିରେ ଯେମିତି ଅସନ୍ତୋଷ କଂଗ୍ରେସରେ ବି ସେମିତି | ପିସିସି ସଭାପତିଙ୍କ ବାହାସ୍ପଷ୍ଟ " ସର୍ଭେ ହେଉଛି, କମିଟି ସ୍ୱଚ୍ଛତାର ସହ ସବୁ ପରୀକ୍ଷା କେଉଁଛି , ବିନେବିଲିଟି" ଦେଖି ଟିକେଟ ଦିଆଯିବ" ବୋଲି ଘୋଷଣା ଏବେ ଉପହାସରେ ପରିଣତ ହୋଇଛି | ଅନେକ ସ୍ଥାନରେ ଅପେକ୍ଷାକୃତ ଏମିତି ଦୁର୍ବଳ ପ୍ରାର୍ଥୀ ଦେଇଛି ଯେ ସେମାନଙ୍କ ଅମାନତ ରହିବ କି ନାହିଁ ଜଣ ନାହିଁ |  ଦଳ ଅନେକ ସ୍ଥାନରେ ଏମିତି ଲୋକଙ୍କୁ ଟିକଟ ଦେଈଛି ଯେ ଯାହାର ୱାର୍ଡ ମେମ୍ବର ହେବାର ଯୋଗ୍ୟତା ନାହିଁ |  ନମିନୀ ଠିଆ ହୋଇ ୩୬ ଟା ଭୋଟ ପାଇଥିବା କଂଗ୍ରେସ ଟିକଟ ମିଳିବା ଜଷ୍ଟ ସାମ୍ପଲ | ଲାଗୁଛି ଅନେକ ସ୍ଥାନରେ  ଭୋଟ ପୂର୍ବରୁ ଦଳ ଫଳକୁ କାହା ହାତରେ ଟେକି ଦେଇଛି | ସବୁଠାରୁ ଲଜ୍ଜା ଜଣକ ଘଟଣା ହୋଇଛି କଂଗ୍ରେସ ଭଳି ଦଳରେ ବିଧାୟକ ଟିକଟ ଫେରଇବା | ବାଛି ବାଛି କୁ ସର୍ବେ କରି ସ୍କ୍ରିନିଙ୍ଗ କରି ଦଳର ପୁରୁଖା କର୍ମୀ ଓ ନେତା ଥାଉ ଥାଉ ଏମିତି ଲୋକଙ୍କୁ ବାହାରୁ ଇମ୍ପୋର୍ଟ କରି ଟିକଟ ଦେଲେ ଯେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ କର୍ମୀ ପୁରେଇ ଦେଲେନି | ପ୍ରାଣ ବିକଳରେ ସେହି ବିସ୍ମୟ ପ୍ରାର୍ଥୀ ଜଣକ ଟିକଟ ଫେରାଉଫେରାଉ ତାର ସହିଲାନି | ଆଉ ଜଣଙ୍କୁ ଶସ୍ତା ରାଜନୀତି ପାଇଁ ଜୋଇଁ କୁଣିଆ କଲା ଭଳି ରାଉରକେଲାରୁ ଜଣକୁ ଦେଲେ ଯେ ସେ ବି ଟିକଟ ଫେରାଇ ଦେଲା | 

ସବୁ ଦଳରେ ବାଦ ବିବାଦ ପ୍ରତିବାଦ ତାଳପକା ଚାଲିଥିବା ବେଳେ କଂଗ୍ରେସ ଭବନରେ ଶନିବାର ବି ଘଟି ଗଲା ଅଘଟଣ | ଗଣ୍ଡଗୋଳ, ଭଙ୍ଗାରୁଜା| ଅତି ବିଭତ୍ସ କାଣ୍ଡ | ଆଉ ସବୁଠୁ ବଡ କଥା ହେଲା ଏହି ଅଘଟଣ "ସଡନ ପ୍ରୋଭୋକେସନ" ନଥିଲା | ତାହା "ପ୍ରି ପ୍ଳାନଡ଼" ଥିଲା ଜଣେ ଟିକଟରୁ ବଂଚିତ ହେବାର ଆଶଙ୍କା କରିଥିବା ଜଣେ ଯୁବ ନେତାଙ୍କ ଦ୍ୱାରା | ଆଉ ଅଘଟଣ ଘଟିବା  ପୂର୍ବରୁ ନିଜକୁ ସର୍ବାଧିକ ଲୋକପ୍ରିୟ ବୋଲି ଗୀତ ଗାଉଥିବା ଏକ ଟିଭି ଚାନେଲ ରେଡି ହୋଇ ଥିଲେ ଆଉ ସେ କାର୍ଯ୍ୟକ୍ରମର ଲାଇଭ ବ୍ୟବସ୍ଥା ହୋଇଥିଲା | ଟିଭି ଚାନେଲରେ ପ୍ରଚାର  କରାଗଲା ଏକାମ୍ର  ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ ଥିଲେ।  ହେଲେ ସେଠାରେ ଦଳ ପକ୍ଷରୁ ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ବିରୋଧ କରି ଅମୀରଙ୍କ  ସମର୍ଥକ ପାର୍ଟି କାର୍ଯ୍ୟାଳୟ ଠାରେ ବିରୋଧ ବା ପ୍ରତିବାଦ କଲେ | ପ୍ରାୟ ୬୦-୭୦ ପିଲା ବାଇକରେ ଆସି କଂଗ୍ରେସ ଭବନ ଆଗରେ ଧାରଣାରେ ବସି " ନିରଞ୍ଜନ ପଟ୍ଟନାୟକ ମୁର୍ଦ୍ଧାବାଦ, ମାନସ ଚୌଧୁରୀ ମୁର୍ଦ୍ଧାବାଦ , ରଶ୍ମି ମହାପାତ୍ର ମୁର୍ଦ୍ଧାବାଦ" ସ୍ଲୋଗାନ ଦେଉଥିଲେ | ହେଲେ ଖାଲ୍ଲି ଧାରଣାରେ ଭିଜୁଆଲ ଦମ ରହିବନି ବୋଲି କହିବା ମାତ୍ରେ କିଛି ପିଲା ଜୋସ ଖାଇଯାଇଥିଲେ | କ୍ୟାମେରା ଆଗରେ ଆରମ୍ଭ କଲେ ତାଣ୍ଡବ, ଆଉ ଅଫିସକୁ ଭାଙ୍ଗିରୁଜି ପକାଇଲେ | ଆଉ ସମ୍ପୃକ୍ତ ଚାନେଲ ପାଇଲା ଭଙ୍ଗାରୁଜାର ପାଇଲା ଏକ୍ସକ୍ଲୁଜୀଭ ଚିତ୍ର ନିଜ ଚାନେଲରେ ଟିଆର୍ପି ବଢାଇବା ପାଇଁ | 

କାହାଣୀର ଆଙ୍ଗେଲ ମିଡ଼ିଆ ବଜାଇଲା ଏକାମ୍ର ପାଇଁ | ହେଲେ ବାସ୍ତବିକ ତାହା ନୁହେ, ବାସ୍ତବରେ କାହାଣୀର ପୃଷ୍ଠଭୂମି କେନ୍ଦ୍ରାପଡା ଜିଲ୍ଲା ସହ ସମ୍ପୃକ୍ତ | ଆଉ ଯେଉଁମାନେ ଏଇ ଘଟଣା ଭିଆଇଲେ କୁଆଡେ ସେଇ ଯୁବ ନେତାଙ୍କ ସମର୍ଥକ | ଟିକଟ ଆଶା କରିଥିବା ଏହି ଯୁବ ନେତା ଜଣକ( ସେ ବି ଟିକଟ ପାଇବାକୁ କୌଣସି ଦୃଷ୍ଟିରୁ ଅଯୋଗ୍ୟ ନୁହନ୍ତି) ଯେତେବେଲେ ଦିଲ୍ଲୀରୁ ନିଶ୍ଚିତ ହୋଇଗଲେ ଟିକଟ ମିଳୁନି ବୋଲି ତେଣୁ ଏହି ଘଟଣା ତାଙ୍କ ଅସନ୍ତୋଷର ପ୍ରତିଫଳନ ଥିଲା | ଏହି ଯୁବ ନେତାଙ୍କ ପ୍ରତି କଂଗ୍ରେସ ରାହୁଲ ଗାନ୍ଧୀଙ୍କ କୋରାପୁଟ ଗସ୍ତ ବେଳେ ହ୍ୟୁମିଲିଏଟ କରିଥିବା ବା ତାଙ୍କ ପ୍ରତି ଅନ୍ୟାୟ କରିଥିବା  ଶୁଣିବାକୁ ମିଳିଥିଲା |  ତାଙ୍କ କ୍ଷୋଭ ପ୍ରକଟ କରିବା ପାଇଁ "ଏକାମ୍ର ଟିକଟ" ଏକ ମାଧ୍ୟମ ହିଁ ଥିଲା | ହେଲେ କଂଗ୍ରେସ ଦଳରେ ଯେଉଁଭଳି ଭାବେ  ଅଗା-ବଗା-ଖଗା ଟିକେଟ ପାଇଲେ, ଯେଉଁଭଳି ଭାବେ ବେପାରି ଟିକଟ ନେଲେ,  ଟିକେଟ ନେଇ ଫେରାଇବା ଭଳି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହେଲା, ସେଭଳି ପରିସ୍ଥିତିରେ  ଦଳ ପାଇଁ ବର୍ଷ ବର୍ଷ ନିଜ ଛାତ୍ର- ଯୁବକ ଜୀବନକୁ ସମର୍ପି ଦେଇଥିବା ଏହି ଲଡ଼ୁଆ ଯୁବ ନେତା ଟିକଟ ପାଇବାପାଇଁ ୧୦୦ ଗୁଣ ହକଦାର ବୋଲି ଚର୍ଚ୍ଚା ହେଉଛି |

0
0
0
s2sdefault