ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସକୁ ନିର୍ବାଚନ ପୂର୍ବୁର ଅପମିଶ୍ରଣ ଓ ବେଆଇନ କାମ ପାଇଁ ଗଚ୍ଚିତ ଥିବା ଲକ୍ଷାଧିକ ଟଙ୍କାର ଗୁଟ୍ଖା କାରବାରରେ ଏକ ବଡ ଧରଣର ସଫଳତା ମିଳିଛି । ଚଢାଉ ବେଳେ ପୋଲିସ ଦୁଇଟି ଜାଗାରୁ ଶତାଧିକ ବଡସାନ ଜରି ଅଖା ବ୍ୟାଗରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୁଲ୍ୟର ଅପମିଶ୍ରଣ ଓ ବେଆଇନ କାମ ପାଇଁ ଗଚ୍ଛିତ ଥିବା ବିଭିନ୍ନ ବ୍ରାଣ୍ଡର ଗୁଟ୍ଖା ସବୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏହି ଜବତ ଗୁଟୁଖା ସମ୍ପର୍କରେ ଆୟୋଜିତ ପ୍ରେସମିଟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସାମ୍ୱାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେଯେ ପାରଳାଖେମୁଣ୍ଡି ସହର ଓ ତାର ଆଖପାଖ ଅଞ୍ଚଳରେ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ହୋଇଥିବା ବେଆଇନ ଗୁଟୁଖା ସବୁ ବିକ୍ରିବଟାର ବହୁଳ କାରବାର ଚାଲିଛି । ଯାହାକି ଏହି ସବୁ ଗୁଟୁଖା ଛାତ୍ରଓ ଯୁବସମାଜ ସହ ସାଧାରଣ ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ବିପଦ ସୃଷ୍ଟି ହେବାରେ ଲାଗିଛି ।
ଏ ସମ୍ପର୍କରେ ବିଭିନ୍ନ ସୁତ୍ରରୁ ପୋଲିସ ଖବର ପାଇ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ରାଣିପେଣ୍ଠା ସମେତ ପାରଳାଖେମୁଣ୍ଡି ସହରର କୁମିଟି ସାହି ଓ ଓମଶାନ୍ତି କଲୋନୀ ଠାରେ ଥିବା ବେଆଇନ ଗୁଟୁଖା ଗଚ୍ଛିତ ଥିବା ଗୋଦାମ ଗୁଡିକ ଉପରେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ପ୍ରାୟ ୨୦ ଲକ୍ଷ ଟଙ୍କା ମୁଲ୍ୟର ବିଭିନ୍ନ ବ୍ରାଣ୍ଡର ଅପମିଶ୍ରଣ ତଥା ବେଆଇନ ଗୁଟୁଖା ୪ଟି ବ୍ରାଣ୍ଡ ମିରାଜ, ବିମଲ,ଆରସି,ଗୋକୁଲ ସମେତ ଲୋକେଲ ବ୍ରାଣ୍ଡର ଗୁଟୁଖା ମଧ୍ୟ ଜବତ କରିଛି ।
ଏ ସଂକ୍ରାନ୍ତରେ ପୋଲିସ ଦୁଇଜଣ ବ୍ୟବସାୟୀଙ୍କୁ ରାଣେପଣ୍ଠା ଗ୍ରାମର ରେଡି ରାମବାବୁ ଏବଂ ପାରଳାଖେମୁଣ୍ଡି ସ୍ଥିତ କୁମୁଟି ସାହିର କରଡା ତାରିକେଶ୍ୱରକୁ ଗିରଫ କରିଛି । ଏତଦବ୍ୟତୀତ ଆମ ପାଖରେ ଆଉ କିଛି ସ୍ଥାନରେ ଗୁଟୁଖା ରହିଥିବା ଖବର ରହିଛି । ତାକୁ ମଧ୍ୟ ଚଢାଉ କରି ଜବତ କରିବା ଚେଷ୍ଟା ଚାଲିଛି ।
ନିଷିଦ୍ଧ ପଣ୍ୟଦ୍ରବ୍ୟ ପଦାର୍ଥରେ ବେଆଇନ କାରବାର ଆଇନ ପ୍ରକାରେ ପାରଳାଖେମୁଣ୍ଡି ଆଦର୍ଶଥାନା ପକ୍ଷରୁ ମକଦ୍ଦମା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତରେ ଖାଦ୍ୟ ନିରାପତା ଅଧିକାରୀ ଏବଂ କମର୍ସିଆର ଟେକ୍ସ ଅଧିକାରୀଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସେମାନେ ଆସି ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ବୋଲି ଏସପି ସାରା ଶର୍ମା ପ୍ରକାଶ କରିଥିଲେ । ଏହି ଚଢାଉର ନେତୃତ୍ୱ ନେଇଥିଲେ ଏସଡିପିଓ ଠାକୁର ପ୍ରାସାଦ ପାତ୍ର ଏବଂ ପାରଳାଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ।