ହେଡଲାଇନସ୍:

ଏମିତି ପୁଅ ଜନ୍ମ କରିବାଠୁ ବାଞ୍ଝ ହେବା ଭଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସାମାନ୍ୟ କଥାରେ ପିତାକୁ ନିର୍ମମ ଭାବରେ ହତ୍ୟା କଲା ପୁଅ 

 ବରଗଡ :- ଆଜି ସକାଳ ପ୍ରାୟ 8ତା ସମୟରେ ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମର ପର୍ଶୁରାମ ସାହୁ (୭୫)ଙ୍କୁ ତାଙ୍କ ପୁଅ କାମପାଲ ସାହୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ସୂଚନା ମିଳିଛି  । ସୂଚନା ମୁତାବକ ପର୍ଶୁରାମ ନିଜ କ୍ଷେତରୁ ମହୁଲ  ଫୁଲ ସଂଗ୍ରହ କରି ପ୍ରାୟ ସାଢ଼େ ସାତଟା ବେଳକୁ ଘରକୁ ଫେରିଥିଲେ । ଘରେ ଥିବା ତାଙ୍କ ପୁଅ ତୋ ଝିଅକୁ ଆଣିକି ଆସିବୁ ଯା ବୋଲି ପର୍ଶୁରାମ କୁ କହିଥିଲା । ପର୍ଶୁରାମ ଏବେ ଯାଇ ପାରିବିନି ବୋଲି କହିବାରୁ ତାର ପୁଅ ରାଗିଯାଇ ପାଖରେ ପଡିଥିବା ଏକ କାଠ ଫଳିଆରେ ପ୍ରଥମେ ପର୍ଶୁରାମକୁ ମାରିଥିଲା । ନିକଟରେ ଥିବା କମପାଲ ର ସ୍ତ୍ରୀ କାଠ ଫାଳିଆକୁ ଛଡାଇ ନେବାରୁ ଆହୁରି କ୍ରୋଧିତ ହେଇ କମପାଲ ଏକ ଟାଙ୍ଗିଆ ରେ ପର୍ଶୁରାମ କୁ 7 ରୁ 8 ଟି ଚୋଟ ମାରିଥିଲା  । ଘଟଣା ସ୍ଥଳରେ ହି ପର୍ଶୁରାମ ର ମୃତ୍ୟୁ ହେଇଯାଇଥିଲା । ପର୍ଶୁରାମ ମରିଯାଇଥିବା ଜାଣିପାରି  କାମପାଲ ଘର ଭିତରେ ଏକ ଗାତ ଖୋଳି ମୃତଦେହ କୁ ପୋତିବାର ଉଦ୍ୟମ କରୁଥିବା ବେଳେ , କାମପାଲ ର ସ୍ତ୍ରୀ ର କାନ୍ଦିବା ଶୁଣି ସାହି ପଡିଶା ଲୋଜ ଜମା ହେଇଯାଇଥିଲେ। ସାହି ପଡିଶା ଲୋକ ମାନେ ପୋଲିସ କୁ ଖବର ଦେବା ପରେ ଝାରବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କମପାଲକୁ ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

0
0
0
s2sdefault