ହେଡଲାଇନସ୍:

ନିଆଁ ଭାବିଲାନି ଗରିବର ଦୁଃଖ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜାମସେଠ /ରାଜେନ୍ଦ୍ର କୁମାର ପ୍ରଧାନ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବରତୁଣ୍ତା ଗ୍ରାମରେ ଅନ୍ତ ନେତାମ ଙ୍କ ଘର ନିଆଁ ରେ ଛାରଖାର ହୋଇଯାଇଛି।ଆଜି ଅପରାହ୍ନ ସମୟରେ ଅଚାନକ ନିଆଁ ଲାଗି ଘରର ଉପକରଣ ଲୁଗା ପଟା କାଗଜପତ୍ର ଟଙ୍କା ପଇସା ଧାନ ଚାଉଲ ଖଟ ସମସ୍ତ ଜିନିଷ ପୋଡ଼ି ଯାଇଛି।ଅଚାନକ ସଟ ସକ୍ଟ୍ରିଟ ହୋଇ ନିଆଁ ଲାଗି ଥିବାର ଅନୁମାନ କରାଯାଉଛି। ନିଆଁ ଏତେ ପ୍ରଖର ଥିଲାଯେ ଗ୍ରାମବାସୀ ମାନେ ପାଣି ଆଣି ନିଆଁ ଲିଭାଇବା ଚେଷ୍ଟା କରିଥିଲେ ହେଲେ ନିଆଁ  ଅଣାୟତ୍ତ ଥିଲା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିବା ବେଲକୁ ସବୁ ନଷ୍ଟ ହୋଇ ସାରିଥିଲା। ଯଦି ଦମକଲ ଠିକ ସମୟରେ ପହଞ୍ଚି ନ ଥିଲେ ଗାଁ  ସାରା ନିଆଁ ଲାଗିଯିବାର  ସମ୍ଭାବନା ଥିଲା।ଜଣେ ନିରିହ ଗରିବ ର ଏତେ ଦିନର ପରିଶ୍ରମର ଧନ ନିମିଶକେ ଛାରଖାର ହୋଇଗଲା।ପ୍ରସାଶନ ତରୁଫରୁ ଉଚିତ ତଦନ୍ତ କରି ସହାୟତା କରିବା ପାଇଁ ଦାବୀ ହୁଏ।

 

0
0
0
s2sdefault