ହେଡଲାଇନସ୍:

ଅସୁସ୍ଥ ଥାଇ ବି ମନ ସମ୍ଭାଳିଲାନି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ଦୁର୍ଘଟଣା ଖବର ଶୁଣି ଘଟଣାସ୍ଥଳକୁ ଦୌଡ଼ିଗଲେ ମନ୍ତ୍ରୀ ସୁଶାନ୍ତ

ବରଗଡ :- ଆଜି ଦିପହର ପ୍ରାୟ ଦୁଇଟା ରୁ ଅଢେଇଟା ଭିତରେ ସୋହେଲା ପଦ୍ମପୁର ରାସ୍ତାରେ ଜାମପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ବରଗଡ଼ ପଟକୁ ଯାଉଥିବା ଏକ ମରୁତି ଇକୋ ଭେନ ରାସ୍ତାକଡରେ ଠିଆ ହେଇଥିବା ବେଳେ ବୁର୍ଲାରୁ ଫେରୁଥିବା ଏକ ମରୁତି ଡିଯାଇର କାର ତାକୁ  ମୁହାଁମୁହିଁ ଧକ୍କା ଦେଇଥିଲା । ଏହି ଘଟଣା ରେ ଜଣେ ବାଳିକା ଓ ଜଣେ ମହିଳା ସମେତ 7 ଜଣ ଗୁରୁତର ଭାବରେ ଅହତ ହେଇଥିଲେ । ଦୁର୍ଘଟଣା ସମୟରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୋହେଲାରେ ଉପସ୍ଥିତ ଥିଲେ । ତାଙ୍କୁ କିଛିଦିନ ବିଶ୍ରାମ କରିବା ପାଇଁ ଆପୋଲୋ ହସପିଟାଲର ଡାକ୍ତର ପରାମର୍ଶ ଦେଇଥିବା ସତ୍ତ୍ୱେ ଦୁର୍ଘଟଣାର ଖବର ପାଇବା ପରେ ସେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ନିଜେ ଘଟଣାସ୍ଥଳକୁ  ପହଂଚି  ଉଦ୍ଧାର କାର୍ଯରେ ଲାଗିପଡିଥିଲେ । ଅହତମାନଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନାରେ ରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପରେ ସମସ୍ତ ଆହତଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।  ମନ୍ତ୍ରୀ ନିଜେ ଘଟଣାସ୍ଥଳ ଓ ସୋହେଲା ଡାକ୍ତର ଖାନାରେ ଉପସ୍ଥିତ ରହି ପୀଡିତମାନଙ୍କର ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ନିଜେ ଅସୁସ୍ଥ ଥିବାବେଳେ ପ୍ରବଳ ଖରାରେ ପ୍ରାୟ ଦୁଇ ଘଣ୍ଟା କାଳ ଧାଁ ଧପଡ କରିବା ଦ୍ୱାରା  ମନ୍ତ୍ରୀଙ୍କର ଅସୁସ୍ଥତା ଅସ୍ୱାଭାବିକ ଅନୁଭବ କରିଥିଲେ । କିଛି ସମୟ ବିଶ୍ରାମ ପରେ ସେ ସ୍ୱାଭାବିକ ହୋଇଥିଲେ  | ମନ୍ତ୍ରୀ ଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି । ମନ୍ତ୍ରୀଙ୍କର ସହିତ ଶ୍ରୀ କୁଳମଣି ଦେବାନ , ଶ୍ରୀ ରାଜେଶ ଅଗ୍ରୱାଲ , ସାମ୍ବାଦିକ ତଥା ସମାଜସେବୀ ଶ୍ରୀ କ୍ଷମାନିଧି ନାୟକ (ପାର୍ଥ) , ପ୍ରଫୁଲ୍ଲ ପ୍ରଧାନ , ସଂଜୀବ ଠାକୁର , ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।

 

0
0
0
s2sdefault