ହେଡଲାଇନସ୍:

କାନ୍ଥ କଣା କରି  ବିଦେଶୀ ମଦ ଦୋକାନରେ ଚୋରି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆପଡା(ଅମିତ କୁମାର ପୁରୋହିତ)  ; ସଦର ମହକୁମା ସ୍ଥିତ ବିଦେଶୀ ଠିପି ବନ୍ଦ ମଦ ଦୋକାନର ପଛ ପଟ କାନ୍ଥ ରେ ଏକ ବଡ କଣା କରି କିଛି ଦୃର୍ବୁତ୍ତ ଚୋରି କରିଥିବାର ଅଭିଯୋଗ ହୋଇଛି । ଗତ କାଲି ରାତ୍ରୀ ୧୦ ଟା ବେଳେ ସବୁଦିନ ପରି ମ୍ୟାନେଜର ଏବଂ ତାଙ୍କ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳୁ ଆସି ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜଣାପଡିଥିଲା । ଦୋକାନର ପଛପଟ କାନ୍ଥରେ ଏକ କଣା ହୋଇଥିବା ବେଳେ ଦୋକାନ ଭିତରେ ଥିବା ଏକ ଆଲମିରା ଖୋଲା ଅବସ୍ଥାରେ ଥିଲା । ଏହା ସହିତ ସି.ସି ଟିଭି କ୍ୟାମେରା ଓ ସେଟଅଫ୍ ବକ୍ସ ମଧ୍ୟ ଚୋରି ହୋଇଥିବାର ଜଣା ପଡିଥିଲା । ଦୋକାନ ମ୍ୟାନେଜର ପୋଲିସ କୁ ଖବର ଦେବାପରେ ପୋଲିସ ଆସି ଛାନବିନ କରିଥିଲା । ଖବର ଲେଖା ଯିବା ବେଳକୁ ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ଆକଳନ ଚାଲିଥିଲା । ପୋଲିସ ପେଟ୍ରୋଲିଙ୍ଗ ଚାଲୁଥିବା ବେଳେ ମଧ୍ୟ ଏପରି ଚୋରି ହେବା ଘଟଣା ନିହାତି ଚିନ୍ତା ର ବିଷୟ ବୋଲି ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।   

 

0
0
0
s2sdefault