ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ-ଭଞ୍ଜନଗର ମୁଖ୍ୟରାସ୍ତାର ଓଡଗାଁ ଥାନା ଗୋଡିପଲ୍ଲୀ ଢାବା ନିକଟରେ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୪୨ହଜାର ୪୬୦ଟଙ୍କା ଛଡାଇ ନେଇଥିବା ଓଡଗାଁ ଥାନରେ ଅଭିଯୋଗ ହୋଇଛି । ୪୧/୧୯ରେ ମାମଲା ରୁଜୁକରି ଓଡଗାଁ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁସାରେ ଓଡଗାଁରେ ଥିବା ଫିନ୍ସର୍ଭ ପ୍ରାଇଭେଟ ଲିମିଟେଡ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଗଞ୍ଜାମ ଜିଲ୍ଲା ଧରାକୋର୍ଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମର ଯୁବକ ମଙ୍ଗୁଳୀ ପ୍ରଧାନ ନିଜ ବାଇକଯୋଗେ ଏହି ଜିଲ୍ଲାର ଜଗନ୍ନଥ ପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଓ ପଂଚଭୁତି ଗ୍ରାମର ୭ଟି ଏସଏସଜିରୁ ୪୨ହଜାର ୪୬୦ଟଙ୍କା ଆଦାୟକରି ଫେରୁଥିଲେ । ଓଡଗାଁ ଥାନାର ରୋହିବାଙ୍କ ଠାରୁ ଗୋଟିଏ ୟାମା ବାଇକ ଯୋଗେ ୨ଜଣ ଦୁର୍ବୃତ କର୍ମଚାରୀଙ୍କ ପିଛା କରୁଥିଲେ । ଦିନ ପ୍ରାୟ ସାଢେ ୧୧ଟା ସମୟରେ ଭୁଇଁଆଣୀ ଢାବା ଓ ଗୋଡିପଲ୍ଲୀ ଛକ ମଧ୍ୟବର୍ତ୍ତୀ ଜନଶୁନ୍ୟ ଅଂଚଳରେ ଦୁର୍ବୃତ୍ତମାନେ ପଛପଟୁଆସି ଏକ ପା୍ଲଷ୍ଟିକ୍ ପାଇପ ଯୋଗେ କର୍ମଚାରୀ ମଙ୍ଗୁଳୀ ପ୍ରଧାନଙ୍କ ହାତକୁ ୩ ପାହାର ପିଟିବା ପରେ ମଙ୍ଗୁଳିଙ୍କ ହାତରୁ ବାଇକ ଖସି ଜିବାରୁ ସେ ତଳେ ପଡିଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ତାଙ୍କ ବ୍ୟାଗ ଓ ପକେଟରେ ଥିବା ସମସ୍ତ ଟଙ୍କା ନେଇ କ୍ଷଣକ ମଧ୍ୟରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଓଡଗାଁ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଦୁର୍ବୃତ୍ତଙ୍କ ମାଡରେ ମଙ୍ଗୁଳିଙ୍କ ହାତ ଭାଙ୍ଗିଯାଇଥିବା ଜଣା ଯାଇଛି । ସ୍ଥାନୀୟ ଅଂଚଳରେ ଅନେକ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀମାନେ ଏହିପରି ବାରମ୍ବାର ଲୁଟର ଶିକାର ହେଉଥିବା ବେଳେ ଅର୍ଥ ତଥା ନିଜର ସୁରକ୍ଷା ପାଇଁ କମ୍ପାନୀ ତରଫରୁ କୈାଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ଏହା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର କରୁଥିବା ଲୁଟେରା ମାନଙ୍କ ପାଇଁ ପରୋକ୍ଷରେ ସୁଯୋଗ ସୃଷ୍ଟି କରୁଛି ।
ଅଘଟଣ
ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୪୩ହଜାର ଟଙ୍କା ଛଡାଇନେଲେ ଦୁର୍ବୃତ୍ତ
- Hits: 500