ହେଡଲାଇନସ୍:

ବଲାଙ୍ଗୀର : ଦୁଇ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ବିଷ୍ଣୁ ମୁଣ୍ଡା ଠାରେ ଦୁଇ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ । ସାମ୍ବାଦିକ  ଚନ୍ଦ୍ରଭାନୁ ମୈଲାନା ଓ ଅମରଜିତ ବେହେରା। ସ୍ଥାନୀୟ ପାଣି ସମସ୍ଯା କୁ ନେଇ ପାଣି ଟାଙ୍କିର ଭିଡିଓ ନେଉଥିବା ସମୟରେ କେତେକ ଦୁର୍ବୃତ୍ତ ଗୋଷ୍ଠୀ ବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଚନ୍ଦ୍ରଭାନୁଙ୍କ ମୁଣ୍ଡରେ ଯୋର ଆଘାତ ଲାଗିଥିବା ବେଲେ ତାଙ୍କୁ ହସ୍ପିଟାଲରେ ଏଡମିଟ କରାଯାଇଛି |  ଅମରଜିତ ସୁସ୍ଥ ଅଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଟାଉନଥାନା ରଜ ଗଣମାଧ୍ୟମ କର୍ମଚାରୀଙ୍କ ଭିଡ ଦେଖିବାକୁ ମିଳିଥିଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ ଏହାକୁ ଘୋର ନିନ୍ଦା କରିଛନ୍ତି |

ଏହି ଆକ୍ରମଣ ଘଟଣାକୁ "ଶାସକ ପ୍ରଶାସକ " ପକ୍ଷରୁ ଦୃଢ ନିନ୍ଦା କରାଯାଇଛି | ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶାସକ ପ୍ରଶାସକର ସମ୍ପାଦକ ଗିରିଜା ଶଙ୍କର ଦାଶ ଓ ପରିଚାଳନା ସମ୍ପାଦକ ଧନଞ୍ଜୟ ହୋତା ଦାବି କରିଛନ୍ତି | 

0
0
0
s2sdefault