ହେଡଲାଇନସ୍:

ବିଜେଡିରେ ବିଜେପି ପ୍ରାର୍ଥୀ ସୁଷମାରାଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ବାଲେଶ୍ୱର  ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସୁଷମାରାଣୀ ବିଶ୍ୱାଳ ବିଜେପି ଛାଡ଼ି ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀମତୀ ବିଶ୍ୱାଳଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀମତୀ ବିଶ୍ୱାଳ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବାଲେଶ୍ୱର ଜିଲ୍ଲା ସହ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀମତୀ ବିଶ୍ୱାଳ କହିଥିଲେ ଯେ ବାଲେଶ୍ୱର ଜିଲ୍ଲା ବିଜେପି ବର୍ତ୍ତମାନ ବେପାର ମନୋବୃତ୍ତି ନେଇ କାର୍ଯ୍ୟ କରୁଛି । ଯେଉଁମାନେ ସ୍ୱେଚ୍ଛାସେବୀ କାର୍ଯ୍ୟ ଓ ଭଲ ପାଇବା ନେଇ ବିଜେପିରେ ଅଛନ୍ତି, ସେମାନେ ବହୁତ ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ଜନହିତକର କାର୍ଯ୍ୟକ୍ରମରେ ମୁଁ ଅନୁପ୍ରାଣିତ ହୋଇଛି । ବାଲେଶ୍ୱର ଜିଲ୍ଲା ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ବଳିଷ୍ଠ  ନେତୃତ୍ୱ ଓ କାର୍ଯ୍ୟ କରିବାର ଧାରା ମୋତେ ଆକର୍ଷିତ କରିଛି । ଲୋକଙ୍କ ପାଖରେ ରହିବି ଓ ସେବା କରିବି ବୋଲି ଶ୍ରୀମତୀ ବିଶ୍ୱାଳ କହିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅନନ୍ତ ଦାସ, ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଶ୍ରୀ ଅନୁଭବ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

0
0
0
s2sdefault