ହେଡଲାଇନସ୍:

କି ଦୁଖଦ : ଜୀବନ କଣ ଜାଣିବା ଆଗରୁ ସରିଗଲା ଦୁଇ କଅଁଳ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଇରଙ୍ଗପୁର-ଜୀବନ କଣ ଜାଣିବା ଆଗରୁ ଆଖି ବୁଜିଦେଲେ କୋମଳମତି ଶିଶୁ |  କିଏ ଭାବିଥିଲା ଠିକାଦାରର ଦାୟିତ୍ବହୀନତା କାହାର ଜୀବନ ନେବ | ଖେଳରେ ଖେଳରେ କୌଣସି ନିଷ୍ପାପ ଜୀବନ ଚାଲିଯିବ  | 

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଜାମୁଡ଼ଆଳି ଗାଁର ମାତକମସାହିରେ ସୋମବାର ଅପରାହ୍ନରେ ଗାଁ ପାଖ ମୋରମ ଖାଲରେ ପଡ଼ି ଦୁଇ ଶିଶୁପୁତ୍ରଙ୍କ ସଲିଳସମାଧି ବେଳେ ଆଉଜଣେ ଅଳ୍ପକେ ବର୍ତି ଯାଇଛି । ପ୍ରକାଶ ଥାଉକି ବିଜାତଳା-ଜାମଡାଳି ପ୍ରଧାନମନ୍ତ୍ରୀ ରାସ୍ତା କାମ ଚାଲିଛି । ରାସ୍ତାରେ ମୋରମ ପାଇଁ ଜାମଡାଳି ଗାଁରେ ଜଣକ ଟିକଟ ଜମିରେ ଠିକାଦାର ମୋରମ ଖାଦାନ ଖୋଲିଥିଲେ । ୩ଟି ପିଲା ଖେଳୁ ଖେଳୁ ଖାଲରେ ପଡି ଯାଇଥିଲେ । ଘଟଣାସ୍ଥଳରେ ଦୁଇ ଶିଶୁ ଵୁଡିଯାଇଥିବାବେଳେ ଜଣେ ଉଦ୍ଧାର ପାଇ ଗାଁ ଲୋକଙ୍କୁ ଖଵର ଦେଇଥିଲେ ।ଗାଁ ଲକେ ଛୁଆ ଦୁଇଟିକୁ ପାଣିରୁ ଉଠାଇ ଟାଟା ମେଜିକରେ ରାଇରଙ୍ଗପୁର ହସପିଟାଲ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ  ହେଲେ ଜାମୁଡାଳିର ମନା ନାଏକର  ୫ବର୍ଷର ପୁଅ ଦୁରୁମୁ ନାଏକ ଏବଂ ଲକ୍ଷ୍ମଣ ସୋରେନର  ୫ବର୍ଷର ପୁଅ ପାରଵତ ସୋରେନ । ହସପିଟାଲରେ ପରିବାରର ଲୋକଙ୍କର କ୍ରନ୍ଦନ ଫାଟି ପଡୁଛି । ଏକ ଶୋକାକୁଳ ପରିବେଶରେ ଲୋକଙ୍କ ଗହଳି ଲାଗି ରହିଛି । 

0
0
0
s2sdefault